Latest Odisha News

BREAKING NEWS

‘ପାର୍ବଣ ଆସନ୍ତାବର୍ଷ ବି ଆସିବ, ପ୍ରଥମେ ଜୀବନ ରହୁ’

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । ପ୍ଲାଟ୍ୟୁ ସ୍ଥିତିରେ ରହିଛି ସଂକ୍ରମଣ । କିନ୍ତୁ ପାର୍ବଣରେ ବଜାରରେ ଲୋକଙ୍କ ଭିଡ ବଢୁଛି । ଏମିତି ହେଲେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହୋଇପାରେ ବୋଲି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି ।

ଆମେ କେତେ ଦୂର ନିଜକୁ ସୁରକ୍ଷା ଦେବା ଆଉ କେତେ ଦୂର ପାର୍ବଣ ଖୁସି ମଜଲିସିରେ ପାଳିବା ତାହା ଆମ ଉପରେ ନିର୍ଭର କରେ । ଗତକାଲି ହାଟ ଓ ବଜାର ଗୁଡିକରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡିଏମଇଟି ।

ଯଦି ଏମିତି ଭିଡ଼ ଲାଗି ରୁହେ ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ପ୍ରଶ୍ନବାଚୀ । ଲୋକଙ୍କୁ କୋଭିଡ୍ ଗାଇଡ଼ଲାଇନ ସଠିକ ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ଡିଏମଇଟି କହିଛନ୍ତି, ପାର୍ବଣ ଆସନ୍ତା ବର୍ଷ ବି ଆସିବ । ମାତ୍ର ଜୀବନ ପ୍ରଥମେ ରହୁ ।

Leave A Reply

Your email address will not be published.