Latest Odisha News

BREAKING NEWS

ମାଲକାନଗିରି ତୁଳସୀ ପାହାଡ଼ ଏନକାଣ୍ଟର: ଟଳିଲେ ୩ ମାଓବାଦୀ

ମାଲକାନଗିରି: ସୁପକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାଥିଲି ଥାନା ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଘମାସାନ ଲଢ଼େଇ ହୋଇଛି । ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି ।

ମୃତ ମାଓବାଦୀଙ୍କ ଭିତରେ ଅଛନ୍ତି ଜଣେ ପୁରୁଷ ଓ ଦୁଇ ମହିଳା । ଘଟଣାସ୍ଥଳରୁ ୨ଟି ବନ୍ଧୁକ ଜବତ ହୋଇଛି । ଏହାପରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଏହାପରେ ତୁଳସୀ ପାହାଡ଼ରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ତୁଳସୀ ପାହାଡ଼ରେ ମାଓବାଦୀଙ୍କ ଗତିବିଧି ଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଅପରେସନ୍ ଆରମ୍ଭ କରିଥିଲା ପୋଲିସ । ମାଓ କ୍ୟାମ୍ପରେ ପ୍ରାୟ ୩୦ରୁ ୪୦ ନକ୍ସଲ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ରୁ ଅଧିକ କ୍ୟାଡର ମାଓବାଦୀ ଥିଲେ ।

Leave A Reply

Your email address will not be published.