ଭୁବନେଶ୍ବର: ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା) ବିଭିନ୍ନ ଦାବି ନେଇ ଚଳିତମାସ ୨୧ରୁ ବିରୋଧ ପ୍ରଦର୍ଶନ କରିବ। ୨୧ ତାରିଖରେ ଓପିଡିରେ ଡାକ୍ତରମାନେ କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ ଜଣାଇବେ। ଦାବି ପୂରଣ ନହେଲେ ନଭେମ୍ବର ୩ରୁ ରାଜ୍ୟବ୍ୟାପୀ ଓପିଡି ସମେତ ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ କରାଯିବ। ରାଜ୍ୟ ସରକାର ଡାକ୍ତରମାନଙ୍କ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଓମ୍ସା ସଭାପତି ଡାକ୍ତର କିଶୋର ମିଶ୍ର ଏକ ପ୍ରେସ ବିବୃତିରେ କହିଛନ୍ତି।
ସୂଚନାଥାଉକି, ୧୮ ଦଫା ଦାବି ପୂରଣ ପାଇଁ ଓମ୍ସା ପକ୍ଷରୁ ଦାବି ହୋଇଆସୁଛି।
ଜୁଲାଇ ୨୦ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିଥିଲେ ଓମ୍ସା ନେତୃବର୍ଗ ।ସଂଘର ଦାବିଗୁଡ଼ିକ ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାଏଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଓମ୍ସା ଅଭିଯୋଗ କରିଛି ।
Comments are closed.