Latest Odisha News

BREAKING NEWS

ଡ୍ରାଇଭର ମହାସଂଘର ବିଶାଳ ରାଲି

ଭୁବନେଶ୍ବର: ଡ୍ରାଇଭର ମହାସଂଘର ବିଶାଳ ରାଲି । ବିଭିନ୍ନ ଦାବି ପୂରଣ ପାଇଁ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଏନେଇ ରାଜଧାନୀରେ ଏକ ବିଶାଳ ରାଲି କରାଯାଇଛି । ନବୀନ ନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା ୧୦ ଦଫା ଦାବି  ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି ଡ୍ରାଇଭର। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ ଦାବି କରିଛି ସଂଘ ।

ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହୋଇଥିବା ନିୟମକୁ ପରିବର୍ତ୍ତନ କରିବାକୁ ଦାବି କରିଛି ମହାସଂଘ । ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବି କରିଛି ମହାସଂଘ।  ୬୦ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି ।

Leave A Reply

Your email address will not be published.