Latest Odisha News

BREAKING NEWS

ମନି ଲଣ୍ଡରିଂ ମାମଲା, ପୂର୍ବତନ ବିଜେଡି ବିଧାୟକଙ୍କ ବିରୋଧରେ ଇଡି ଦାଖଲ କଲା ଚାର୍ଜସିଟ୍

ଭୁବନେଶ୍ୱର: ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ବିରୋଧରେ ଇଡି ଶନିବାର ଚାର୍ଜସିଟ୍ ଦାଖଲ କରିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଅନାମଙ୍କ ସହ ଅନ୍ୟମାନଙ୍କୁ ଦଣ୍ଡବିଧାନ ପ୍ରସ୍ତାବ ଦେଇ ଇଡି ୧.୫୨ କୋଟିର ସମ୍ପତ୍ତି ଜବତ କରାଯାଇଥିବା ଦର୍ଶାଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ୨୦୨୦ ଜାନୁଆରୀରେ ଜଣେ ପୂର୍ବତନ କନିଷ୍ଠ କିରାଣିଙ୍କ ସହ ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଥିଲା । ପରେ ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କୋରାପୁଟରେ ଅନାମ ନାଏକଙ୍କ ବିରୋଧରେ ଭିଜିଲାନ୍ସର ଏତଲା ଅନୁସାରେ ଇଡି ତଦନ୍ତ କରି ୧.୫୪ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ପାଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଅନାମ ନାଏକ ଅସାଧୁ ଉପାୟରେ ଆୟ କରିଥିବା ଟଙ୍କା ନିବେଶ କରିଛନ୍ତି । ଅନାମଙ୍କ ସହ ପରିବାରର ସଦସ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.