Latest Odisha News

BREAKING NEWS

ଖତରୋ କେ ଖିଲାଡି ସିଜିନ ୧୩ରୁ ଓହରିଗଲେ ପ୍ରିୟଙ୍କା, ଅଧ୍ୟୟନ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ଦ୍ୱାରା ଆୟୋଜିତ ଷ୍ଟଣ୍ଟ ଆଧାରିତ ରିଅଲିଟି ସୋ ‘ଖତରୋ କେ ଖିଲାଡି’ ସିଜିନ ୧୩ ଖୁବ୍ ଶୀଘ୍ର ଛୋଟ ପରଦାରେ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ର ପ୍ରତିଯୋଗୀମାନଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ହେଲେ ଏହି ଶୋ ସୁଟିଂ ପୂର୍ବରୁ ଅନେକ ସେଲିବ୍ରିଟି ଓହରି ଯାଉଥିବା ଜଣାଯାଇଛି । ସେମାନଙ୍କ ଭିତରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚହର ଚୌଧୁରୀ ଓ ଅଭିନେତା ଅଧ୍ୟୟନ ସୁମନ ।

ବିଗ୍ ବସ୍ ସିଜିନ୍ ୧୬ର ପ୍ରତିଯୋଗୀ ସାଜିଥିବା ଅଭିନେତ୍ରୀ ପ୍ରିୟଙ୍କା ଚହର ଚୌଧୁରୀ ଶେଷ ମୁହୂର୍ତ୍ତରେ ଏହି ଶୋ କରିବାକୁ ମନା କରି ଦେଇଛନ୍ତି । ସେହିପରି ଅଭିନେତା ଶେଖର ସୁମନଙ୍କ ପୁଅ ତଥା ଅଭିନେତା ଅଧ୍ୟୟନ ସୁମନ ମଧ୍ୟ ଏହି ଶୋ କରିବେ ନାହିଁ ବୋଲି ମନା କରିଦେଇଛନ୍ତି । ଅଧ୍ୟୟନ କହିଛନ୍ତି ଯେ, ଏହା ମୋ ପାଇଁ ଏକ ବଡ଼ ଅଫର ଥିଲା । ଏଥିପାଇଁ ମୋତେ ମୋଟା ଅଙ୍କର ଟଙ୍କା ବି ମିଳିଥାନ୍ତା । ଦୁଃଖର ବିଷୟ ମୁଁ ରୋହିତ ସାରଙ୍କ ସହିତ କାମ କରିବାରୁ ବଞ୍ôଚତ ହେଉଛି । କାରଣ ଏବେ ମୋତେ ଓଟିଟି ପ୍ଲାଟଫର୍ମରେ ଏକ ବଡ଼ ଅଫର ମିଳିଛି । ତେଣୁ ମୁଁ ଏଥିରୁ ଓହରି ଯାଉଛି । ଆସନ୍ତା ବର୍ଷ ମୁଁ ଏହାର ଅଂଶ ହୋଇପାରିବି ବୋଲି ଆଶା ରଖିଛି ।

Leave A Reply

Your email address will not be published.