Latest Odisha News

BREAKING NEWS

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ପ୍ରଚାର, ସରିଲାଣି ସମସ୍ତ ପ୍ରସ୍ତୁତି

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

ସେ କହିଛନ୍ତି, ‘ଆସନ୍ତା ମେ ୨୦ରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଯାହା ମଧ୍ୟରେ ୨୦ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ । ଏଥିପାଇଁ ୧୦୨ କମ୍ପାନୀ ସିଏପିଏଫ୍ ମୁତୟନ ହେବେ ।ସବୁଠୁ ଅଧିକ କନ୍ଧମାଳରେ ମୁତୟନ ହେବେ । ୨୨ କମ୍ପାନୀ କନ୍ଧମାଳରେ ମୁତୟନ ହେବାକୁ ଥିବା ବେଳେ ୨୦ କମ୍ପାନୀ ଗଂଜାମରେ, ସୁନ୍ଦରଗଡ଼ରେ ୧୬ ଓ ବଲାଙ୍ଗିରରେ ୧୪ କମ୍ପାନୀ ।

ଗଞ୍ଜାମ ପାଇଁ ଏଡିଜି ରାଙ୍କ ଅଧିକାରୀ ନିଯୁକ୍ତି ହେବେ । ଖଲ୍ଲିକୋଟରେ ହୋଇଥିବା ହିଂସାକାଣ୍ଡ ଲକ ସମ୍ବେଦନଶୀଳ ଘଟଣା । ଏଥିପାଇଁ ଶୂନ୍ୟ ସହନଶୀଳତା ଅବଲମ୍ବନ କରିଛନ୍ତି ଇସିଆଇ । ଗଞ୍ଜାମ ମନିଟରିଂ ପାଇଁ ଅତିରିକ୍ତ ଡିଜିପି ରାଙ୍କ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ । ପ୍ରିଜାଇଡିଂ ଓ ପୋଲିଂ ଅଫିସର ବେଆଇନ କାର୍ଯ୍ୟ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ।

ଆହୁରି ମଧ୍ୟ ନିର୍ବାଚନ ଚେକିଂ ବେଳେ ଏଯାବତ ରାଜ୍ୟରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ କରାଯାଇଛି ।୧୪ କୋଟି ୩୫ ଲକ୍ଷର କେବଳ ସୁନାଗହଣା ଜବତ ହୋଇଛି ।ମୋଟ ଜବତ ଜିନିଷର ମୂଲ୍ୟ ୨୫୪ କୋଟି ବୋଲି ସିଇଓଙ୍କ ସୂଚନା ଦେଇଛନ୍ତି । ସବୁଠୁ ଅଧିକ ବରଗଡ଼ରୁ ୧ କୋଟି ୨୬ ଲକ୍ଷ ଯଙ୍କା ଜବତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୦ ଲକ୍ଷ, ବଲାଙ୍ଗୀରରୁ ୩୫ ଲକ୍ଷ, କନ୍ଧମାଳରୁ ୩୬ ଲକ୍ଷ ଏବଂ ଆସ୍କାରୁ ୧୩ ଲକ୍ଷ ଜବତ କରାଯାଇଛି । ଏହା ସହିତ ୩୧ ଲକ୍ଷ ଲିଟର ମଦ, ୭୩ କୋଟିର ବ୍ରାଉନ ସୁଗାର ଓ ଗଞ୍ଜେଇ ଜବତ କରାଯାଇଛି । ଏଥର ଭୋଟରଙ୍କ ମଧ୍ୟରେ ହଜାର ପୁରୁଷରେ ୯୭୫ ମହିଳା, ସବୁଠୁ ଅଧିକ ସୁନ୍ଦରଗଡ଼ରେ । ଭୋଟ ଗ୍ରହଣ ପାଇଁ ମୋଟ ୯୧୬୨ ବୁଥ୍‌ ରହିଛି । ପ୍ରତି ବୁଥ୍‌ରେ ହାରାହାରି ଭୋଟର ୮୭୦ । ୧୫୪୧ ମଡର୍ଣ୍ଣ ବୁଥ୍ ରହିଛି । ଯେଉଁଠି ୧୦୪୧ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ରହିଛନ୍ତି । ଏହା ମଧ୍ୟରୁ ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ରହିଛନ୍ତି ୨.୬୭ ପ୍ରତିଶତ  ଓ ୨୦ ରୁ ୨୯ ବର୍ଷୀୟ ରହିଛନ୍ତି ୨୧.୩୧ ପ୍ରତିଶତ ।

ତେବେ ଆସନ୍ତା ୨୦ ଅର୍ଥାତ୍ ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସେନେଇ ଆଜି ସରୁଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ଆଜି ସଂଧ୍ୟାରେ ଏହା ଶେଷ ହେବ । ୫ ଲୋକସଭା ଆସନ ଭିତରେ ରହିଛି ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଏବଂ ସୁନ୍ଦରଗଡ । ସେହିପରି ୩୫ ବିଧାନସଭା ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜୁଏଲ ଓରାମ, ନିରଂଜନ ପୁଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ, ସଂଗୀତା ସିଂଦେଓ, ସୁରେଶ ପୁଜାରୀ, ଦିଲ୍ଲୀପ ତିର୍କୀ, ସୁଶାନ୍ତ ସିଂହ, କନକ ବର୍ଦ୍ଧନ ସିଂହଦେଓ ଭଳି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

Leave A Reply

Your email address will not be published.