Latest Odisha News

ଫ୍ୟାମିଲି କୋର୍ଟରେ ତାରକା ଦମ୍ପତି: ବର୍ଷାଙ୍କ ଚୂଡ଼ାନ୍ତ ବୟାନ ରେକର୍ଡ

କଟକ: କଟକ ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ । ଛାଡପତ୍ର ମାମଲାରେ ଆଜି ଉଭୟ କୋର୍ଟରେ ହାଜର ହୋଇଛନ୍ତ । ଆଜି ଶେଷଥର ପାଇଁ ବର୍ଷାଙ୍କ ବୟାନ ରେକର୍ଡ କରାଯିବ । ଆବେଦନର ଶୁଣାଣିରେ ବିଳମ୍ବ ହେଉଥିବା ନେଇ ନିକଟରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ହାଇେକାର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବର୍ଷା କୋର୍ଟରେ ହାଜର ହୋଇଛନ୍ତି ।

ବିବାହ ବିଚ୍ଛେଦ ମାମଲା ନେଇ କଟକ ଫ୍ୟାମିଲି କୋର୍ଟରେ ଆଜି ଅଭିନେତ୍ରୀ ବର୍ଷାଙ୍କୁ ଚୂଡାନ୍ତ ଜେରା କରାଯାଇଛି । ଏହି ଅବସରରେ ଅନୁଭବ ମଧ୍ୟ ହାଜର ହୋଇଥିଲେ । ତାରକା ଦମ୍ପତିଙ୍କର ବିବାହ ବିଚ୍ଛେଦ ମାମଲାର ଖୁବ ଶୀଘ୍ର ଶୁଣାଣି କରାଯିବ  ।

ସୂଚନାଥାଉ କି, ଫ୍ୟାମିଲି କୋର୍ଟରେ ମାମଲାରୁ ଶୁଣାଣିରେ ଅହେତୁମ ବିଳମ୍ବ ହେଉଥିବା ନେଇ ଅଭିଯୋଗ କରିଥିଲେ ଅନୁଭବ । ଏ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁଣାଣିରେ ବିଳମ୍ବ କରି କୋର୍ଟ ବର୍ଷାଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଥିଲେ ଅନୁଭବ । ମାମଲାର ବିଚାର କରି  ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଅକ୍ଟୋବର ଶେଷ ସୁଦ୍ଧ ମାମଲାର ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏଥିସହିତ ଜୁଲାଇ ୩୧ ତାରିଖ ସୁଦ୍ଧା ବର୍ଷାଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଥାଉ କି, ଅକ୍ଟୋବର ୧୩ ତାରିଖ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.