ଭୁବନେଶ୍ବର: ଖଣିଜ ପଦାର୍ଥରେ ଭରପୂର ଓଡିଶା ରାଜ୍ୟରୁ ଚାଇନା ନେଉଛି ଲୁହାପଥର । ରାଜ୍ୟରେ ଲୁହାପଥର ରପ୍ତାନୀରୁ ଆଦାୟ ହେଉଥିବା ରାଜସ୍ୱକୁ ନେଇ ତଥ୍ୟ ଦେବା ବେଳେ ଏହି ସୂଚନା ରଖିଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଆଜି ଗୃହରେ ଏନେଇ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପ୍ରଶ୍ନ କରିଥିବା ବେଳେ ଏନେଇ ମନ୍ତ୍ରୀ ଲିଖିତ ଉତ୍ତରରେ କହିଥିଲେ, ବିଗତ ତିନି ବର୍ଷରେ ଲୁହାପଥର ରପ୍ତାନୀରୁ ୨୪ ଶହ ୧୮ କୋଟି ୮୫ ଲକ୍ଷ ରାଜସ୍ୱ ଆଦାୟ ହୋଇଛି । ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ର ୪ କୋଟି ୧୮ ଲକ୍ଷ ୭୯ ହଜାର ୫୦ ମେଟ୍ରିକ ଟନ୍ ଲୁହା ପଥର ରପ୍ତାନୀ ହୋଇଛି ।
ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୩୧୨ କୋଟି ୮ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ସେହିଭଳି ୨୦୨୩-୨୪ରେ ୧ହଜାର ୮୬ କୋଟି ୯୬ ଲକ୍ଷ ରାଜସ୍ୱ ଆଦାୟ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଚାଇନାକୁ ରପ୍ତାନୀ ହେଉଥିବା ଲୁହାପଥରରୁ ୧ହଜାର ୧୯ କୋଟି ୮୦ ଲକ୍ଷ ରାଜସ୍ୱ ଆଦାୟ ହୋଇଛି । ଏଯାବତ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଲୁହାପଥର ଚାଇନାକୁ ରପ୍ତାନୀ ହୋଇଥିବା ନେଇ ତଥ୍ୟ ରଖିଛନ୍ତି ମନ୍ତ୍ରୀ ।