Global Tourism Boost:ଅନୁ ଗର୍ଗଙ୍କ ନିର୍ଦ୍ଦେଶ- ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ ଥିମରେ ଦୌଡିବା ଦରକାର ରାଜ୍ୟ ପର୍ଯ୍ୟଟନ
ଭୁବନେଶ୍ବର:ଯେଉଁ ପର୍ଯ୍ୟଟକ ଇଣ୍ଡିଆକୁ ଆସିବାକୁ ନିଷ୍ପତ୍ତି ନେଉଛନ୍ତି ସେମାନେ ଓଡିଶା ଆସିବା ଦରକାର। ଓଡିଶା ପ୍ରଥମ ପସନ୍ଦ ହେବା ଦରକାର। ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ ଥିମରେ ଦୌଡିବା ଦରକାର ଓଡ଼ିଶା ପର୍ଯ୍ୟଟନ । ସେଥିପାଇଁ ରାଜ୍ୟର ପର୍ଯ୍ୟଟନକୁ ସମସ୍ତ ବିଭାଗ ଫୋକସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ କେଉଁ ବିଭାଗ କ’ଣ କ’ଣ ଯୋଗଦାନ କରିପାରିବେ ସେନେଇ ଖାରବେଳ ଭବନରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ପାଇଁ ଆଲୋଚନା କରିଛନ୍ତି । ବିଦେଶରୁ ପର୍ଯ୍ୟଟକମାନେ ଭାରତକୁ ଆସିଲେ ଯେପରି ସେମାନେ ଓଡ଼ିଶାକୁ ପ୍ରଥମ ପସନ୍ଦର ସ୍ଥାନ ଭାବେ ବାଛିବେ, ସେଥିପାଇଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ ଓ ବ୍ୟାପକ କରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି ।
୨୦୩୬ ବିକଶିତ ଓଡ଼ିଶା ଓ ୨୦୪୭ ବିକଶିତ ଭାରତ ଆଭିମୁଖ୍ୟକୁ ଲକ୍ଷ୍ୟ ରଖି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭାଗର ଶାସନ ସଚିବ ବଲଓ୍ୱନ୍ତ ସିଂ ଉପସ୍ଥାପନ କରିଛନ୍ତି । ପର୍ଯ୍ୟଟନ ଯୋଗୁଁ ଅଧିକ ପରୋକ୍ଷ ଓ ପ୍ରତ୍ୟେକ୍ଷ ନିଯୁକ୍ତି ସୃଷ୍ଟି, ଗ୍ରାମୀଣ ଓ ଅପହଞ୍ଚ ଅଂଚଳରେ ସମାବେଶୀ ବିକାଶ, କମ କୁଶଳୀଙ୍କୁ ଉଚ୍ଚ କୁଶଳୀ ସୃଷ୍ଟି କରିବା ସମ୍ଭାବନା, ରାଜ୍ୟର ଐତିହ, ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ପାଇଁ ପ୍ରୋତ୍ସାହନ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି ।
Comments are closed.