Latest Odisha News

ରାଜ ଅଠାୱାଲ ହେଲେ ଓଡିଶା ଏଫସିର ନୂତନ ସଭାପତି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲ ଅବସରରେ ରାଜ ଅଠାୱାଲଙ୍କୁ ଗୁରୁବାର ଓଡିଶା ଏଫସିର ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେ ଏହା ପୂର୍ବରୁ ଗ୍ଲାସଗୋ ରେଞ୍ଜର୍ସ, କୋଭେଂଟ୍ରି ସିଟି ଓ ୱାଟଫୋର୍ଡ କ୍ଲବ ପକ୍ଷରୁ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ତାଙ୍କର ୨୫ ବର୍ଷର ଅଭିଜ୍ଞତା ଓଡିଶା ଏଫସିକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

ରାଜ ବିଶ୍ୱ ଫୁଟବଲର ଅନେକ ପ୍ରତିଷ୍ଠିତ କୋଚଙ୍କ ସହ ଏକତ୍ର କାର୍ଯ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରେ ବ୍ରେଣ୍ଡାନ ରୋଜର୍ସ, ଗର୍ଡନ ଷ୍ଟ୍ରାଚାମ, ସିନ୍ ଡାଇଚେ, ଆଲି ମ୍ୟାକକିଷ୍ଟ, ଗ୍ୟାରୀ ମ୍ୟାକଆଲିଷ୍ଟର, ପିଟର ରିଡ, ରବ ପେଜ୍ ଓ ନାଇଜେଲ କ୍ଲଫ ଅନ୍ୟତମ । ଓଡିଶା ଏଫସିର ଆର୍ଥୀକ ସ୍ଥିତିଠାରୁ ଆରମ୍ଭ କରି କ୍ଲବର ପ୍ରଦର୍ଶନ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଓଡିଶା ଏଫସିକୁ ବିଶ୍ୱର ଆଗାମୀ ଦିନରେ ପ୍ରତିଷ୍ଠିତ ଟିମ୍ ଭାବେ ଗଢ଼ିତୋଳିବା ଆମର ଲକ୍ଷ୍ୟ ରହିବ ବୋଲି ରାଜ କହିଛନ୍ତି ।

Leave A Reply

Your email address will not be published.