Latest Odisha News

ସାଇ ଇଣ୍ଟର ନ୍ୟାସନାଲ ପକ୍ଷରୁ ସାଇ ହୋମ ସ୍କୁଲର ଶୁଭାରମ୍ଭ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ଏଜୁକେଶନାଲ ଗ୍ରୁପ ଭୁବନେଶ୍ୱର ପକ୍ଷରୁ ଅନଲାଇନ ପାଠପଢା ପ୍ଲାଟଫର୍ମ ସାଇ ହୋମ ସ୍କୁଲସ୍‌ର ଶୁଭାରମ୍ଭ କରାଯାଇଛି । ଯେଉଁମାନେ କରୋନା ମହାମାରୀ ଭୟରେ ସ୍କୁଲ ଯିବାକୁ ସକ୍ଷମ ନୁହେଁ ସେମାନଙ୍କ ପାଇଁ ଦୃଷ୍ଟିରେ ରଖି ଏହାର ଶୁଭାରମ୍ଭ କରାଯାଇଛି । ନର୍ସରୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ସାଇ ହୋମ ସ୍କୁଲ ଜରିଆରେ ଛାତ୍ରଛାତ୍ରୀ ଘରେ ରହି ଶିକ୍ଷକମାନଙ୍କଠାରୁ ପ୍ରତି ବିଷୟ ପଢିବା ସହ ବିଷୟଗୁଡିକର ବାରମ୍ବାର ଅଭ୍ୟାସ ଓ ସନ୍ଦେହ ଥିବା ପାଠକୁ ଦୂର କରିପାରିବେ । ଶ୍ରେଣୀରେ ପିଲାମାନେ ଯେପରି ପଢନ୍ତି ସେହିପରି ପ୍ରଣାଳୀରେ ଭର୍ଚୁଆଲ ମାଧ୍ୟମରେ ପାଠପଢା ହେବ । ପ୍ରତି ବିଷୟର ଭିଡିଓ ରେକର୍ଡିଂ ଛାତ୍ରଛାତ୍ରୀମାନଙ୍କ ପାଖକୁ ପଠାଯିବ । ବର୍ଷ ସାରା ହେଉଥିବା ପରୀକ୍ଷା ଓ ବୋର୍ଡ ପରୀକ୍ଷା ପୂର୍ବରୁ ରିଭିଜନ କରାଯିବ ।

ସାଇ ହୋମ ସ୍କୁଲର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ଡକ୍ଟର ବିଜୟ ସାହୁ କହିଛନ୍ତି, ଗତ ମାର୍ଚ୍ଚ ମାସରେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହେବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ କିପରି ହେବ ତାହା ଚିନ୍ତାର ବିଷୟ ହୋଇଥିଲା । କିନ୍ତୁ ସାଇ ଇଣ୍ଟରନ୍ୟାସନାଲ ଛାତ୍ରଛାତ୍ରୀଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଖୁବ୍ ଶୀଘ୍ର ଭର୍ଚୁଆଲ କ୍ଲାସ ଆରମ୍ଭ କରିଦେଇଥିଲା । ଏବେ ସାଇ ହୋମ ସ୍କୁଲ୍ ଏକ ଉନ୍ନତ ଓ ଡିଜିଟାଲ ଭବିଷ୍ୟତ ଗଠନ ଦିଗରେ ଆଗେଇ ଆସିଛି ।

Leave A Reply

Your email address will not be published.