Latest Odisha News

BREAKING NEWS

ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ ଟାଇଟଲ ହାସଲ କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ ଫୁଟବଲ ଟାଇଟଲ ହାସଲ କରିଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଓଡିଶା ଏଫସି ୬-୦ ଗୋଲରେ କିକଷ୍ଟାର୍ଟ ଏଫସିକୁ ପରାସ୍ତ କରିଥିଲା । ଏଥିସହ ଓଡିଶା ଟିମ ଏଏଫସି ଓମେନ୍ସ ଚାମ୍ପିୟନ୍ସ ଲିଗ ପାଇଁ ଯୋଗ୍ୟତା ହାସଲ କରିଛି । ଓଡିଶା ଏଫସି ପକ୍ଷରୁ ଲ୍ୟାଣ୍ଡା ୩ଟି (୧୧ତମ, ୬୬ତମ ଓ ୭୭ତମ), ପ୍ୟାରୀ ୨ଟି (୧୩ତମ, ୨୨ତମ) ଓ କାର୍ତିକା ୫୮ତମ ମିନିଟରେ ଗୋଲ ସ୍କୋର କରିଥିଲେ । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶାର ଖେଳାଳିମାନେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ୧୫ ମିନିଟ ମଧ୍ୟରେ ବିଜୟୀ ଦଳ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଥିଲା । ଏହା ପରେ ୨୨ତମ ମିନିଟରେ ପ୍ୟାରୀ ଗୋଲ ବଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଓଡିଶା ୩-୦ରେ ଅଗ୍ରଣୀ ରହିଥିଲା ।

୫୮ତମ ମିନିଟରେ କାର୍ତିକା ଏବଂ ୬୬ ଓ ୬୭ତମ ମିନିଟରେ ଲ୍ୟାଣ୍ଡା ଆଉ ୨ଟି ଗୋଲ ଦେବା ଫଳରେ ଓଡିଶା ୬-୦ରେ ଏକତରଫା ବିଜୟ ହାସଲ କରିଥିଲା । ପୁରସ୍କାର ବିତରଣ ଉତ୍ସବରେ ଏଆଇଫଏଫ ଏକଜିକ୍ୟୁଟିଭ ସଦସ୍ୟ ଓ ଫାଓର ଯୁଗ୍ମ ସମ୍ପାଦକ ଅଭିଜତ ପାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଚାମ୍ପୟନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

Leave A Reply

Your email address will not be published.