Latest Odisha News

BREAKING NEWS

ଆଇଏସଏଲ: ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଭାସ୍କୋରେ ଇଣ୍ଡିଆନ ସୁପର ଲିଗ ଫୁଟବଲର ରବିବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡିଶା ଏଫସି ୨-୨ ଗୋଲରେ ଜାମସେଦପୁର ସହ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଓଡିଶା ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରିଥିଲା । ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ପଏଂଟ । ମ୍ୟାଚ ଆରମ୍ଭରୁ ଜାମସେଦପୁର ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ନେରଜୁସ ଭାଲସ୍କିସଙ୍କ ଡବଲ ଗୋଲ ବଳରେ ଦଳ ୨-୦ ଅଗ୍ରଣୀ ହାସଲ କରି ନେଇଥିଲା । ନେରଜୁସ ମ୍ୟାଚର ୧୨ତମ ଓ ୨୭ତମ ମିନିଟରେ ଏହି ଗୋଲ ସ୍କୋର କରିଥିଲେ ।

ଜାମସେଦପୁର ଗୋଲକିପର ଟିପି ରେହେନ୍ସା ପେନାଲ୍ଟି ବକ୍ସ ବାହାରେ ବଲକୁ ହାତରେ ବଜାଇଥିବାରୁ ତାଙ୍କୁ ରେଡ କାର୍ଡ ଦେଖାଇଥିଲେ । ଫଳରେ ଦଳକୁ ୧୦ ଖେଳାଳିରେ ଖେଳିବାକୁ ପଡିଥିଲା । ଯାହାର ଫାଇଦା ଓଡିଶା ଉଠାଇଥିଲା । ମ୍ୟାଚର ୭୭ତମ ମିନିଟରେ ମୌରିସିସ ଗୋଲ ସ୍କୋର କରିବା ବ୍ୟବଧାନକୁ ୨-୧କୁ ଖସାଇ ଆଣିଥିଲେ । ଅତିରିକ୍ତ ସମୟରେ(୯୦+୩) ସେ ଆଉ ଏକ ଗୋଲ କରି ମ୍ୟାଚ ଡ୍ର କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.