ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲର ୮ମ ସଂସ୍କରଣ ପାଇଁ ମଙ୍ଗଳବାର ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଆଥାରାଙ୍କ ସହ ଓଡିଶା ଏଫସି ଚୁକ୍ତି କରିଛି । ଏହି ଉଦୀୟମାନ ଖେଳାଳି ୨ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ସେ ୨୦୧୫ରେ ଆଇଜାଲ ଏଫସି ପକ୍ଷରୁ ପ୍ରଫେଶନାଲ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୨୦୧୭ରେ କେରଳ ବ୍ଲାଷ୍ଟର୍ସ ପକ୍ଷରୁ ଖେଳିଥିଲେ । ଲାଲରୁଆଥାରାଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଓଡିଶା ଏଫସି ସିଇଓ ରୋହନ ଶର୍ମା କହିଛନ୍ତି ।
କ୍ଲବ ସଭାପତି ରାଜ ଅଠାୱାଲା ମଧ୍ୟ ଏହି ଚୁକ୍ତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଲାଲରୁଆଥାରା ମଧ୍ୟ ଓଡିଶା ଏଫସି ଦଳରେ ସାମିଲ ହେବା ଖୁସିର କଥା ବୋଲି କହିଛନ୍ତି । ନୂତନ ଜର୍ସି, କୋଚ, ସପୋର୍ଟିଂ ଷ୍ଟାଫ ଏବଂ ଖେଳାଳିଙ୍କ ସହ ଖେଳିବା ନିଶ୍ଚିତ ଭାବେ ଭିନ୍ନ ପ୍ରକାର ଅନୁଭୂତି ହେବ ବୋଲି ସେ କହିଛନ୍ତି ।
Comments are closed.