Latest Odisha News

ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଲାୟନ ସିଟି ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା ଏଫସି

ଭୁବନେଶ୍ୱର: ପ୍ରଥମ ଏଏଫସି ମହିଳା ଚାମ୍ପିୟନ୍ସ ଲିଗରେ ଲାୟନ ସିଟି ସେଲର୍ସ ବିପକ୍ଷରେ ଓଡିଶା ଏଫସି ତାର ଅଭିଯାନ ଆରମ୍ଭ କରିବ । ଗ୍ରୁପ ବି ପ୍ରିିଲିମିନାରୀ ଷ୍ଟେଜ ଜୋର୍ଡାନରେ ୨୫ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଗ୍ରୁପରେ ଓଡିଶା ଏଫସି ସହ ଜୋର୍ଡାନର ଇଥିଆଡ କ୍ଲବ ଓ ସିଙ୍ଗାପୁରର ଲାୟନ ସିଟି ଟିମ ରହିଛନ୍ତି । ମାଲେସିଆର କୁଆଲଲୁମ୍ପରରେ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା । ଅଗଷ୍ଟ ୨୫ରେ ଓଡିଶା ଏଫସି ଓ ଲାୟନ ସିଟି ମଧ୍ୟରେ ମୁକାବିଲା ହେବ । ଏହା ପରେ ଅଗଷ୍ଟ ୩୧ରେ ଇଥିଆଡ କ୍ଲବକୁ ଭେଟିବ ଭୁବନେଶ୍ୱରର ଏହି ଟିମ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଭାରତୀୟ ମହିଳା ଲିଗର ୭ମ ସଂସ୍କରଣରେ ଓଡିଶା ଏଫସି ଟାଇଟଲ ହାସଲ କରିବା ଯୋଗୁ ଏହି ଲିଗ ପାଇଁ ମନୋନୀତ ହୋଇଛି ।

ଓଡିଶା ଏଫସି ଭଲ ପ୍ରଦର୍ଶନ କରି ଗ୍ରୁପ ଷ୍ଟେଜକୁ ଉନ୍ନୀତ ହେଲେ ଗ୍ରୁପ ସିରେ ସ୍ଥାନ ପାଇବ । ଏହି ଗ୍ରୁପରେ ଜାପାନର ଉରୱା ରେଡ ଡାଇମଣ୍ଡ ଲେଡିଜ, ଚାଇନଜ ତାଇପେର ଟାଇଚୁଙ୍ଗ ବ୍ଲୁ ହ୍ୱେଲ ମହିଳା ଫୁଟବଲ ଟିମ ଓ ଭିଏତନାମର ହୋ ଚି ମିନହ ସିଟି ଓମ୍ୟାନ ଏଫସି ରହିଛନ୍ତି । ପ୍ରତ୍ୟେକ ଗ୍ରୁପର ପ୍ରଥମ ୨ଟି ସ୍ଥାନ ହାସଲ କରିଥିବା ଟିମ ଓ ତୃତୀୟ ସ୍ଥାନରେ ରହିଥିବା ଟିମ ମଧ୍ୟରୁ ୨ଟି ଟିମ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ । ଆସନ୍ତା ବର୍ଷ ମେ ୨୧ରୁ ୨୪ ପର୍ଯ୍ୟନ୍ତ ଏହି ଲିଗର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ ।

Comments are closed.