Latest Odisha News

BREAKING NEWS

ଦିଲ୍ଲୀରେ ଧୁମଧାମରେ ପାଳନ ହେବ ଓଡ଼ିଶା ପର୍ବ :ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବପର୍ବାଣୀ । ଦିଲ୍ଲୀ ସରକାର ଆଗାମୀ ଦିନରେ ଓଡ଼ିଶାର ପର୍ବପର୍ବାଣୀକୁ ବେଶ୍ ଧୁମଧାମରେ ପାଳନ କରିବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।

ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମହାପ୍ରଭୁଙ୍କ ପୂର୍ଜାର୍ଚ୍ଚନା କରି ଉତ୍କଳ ଦିବସ ଅବସରରେ ସମସ୍ତ ଓଡିଆ ଏବଂ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହ ଜଗନ୍ନାଥ ମନ୍ଦିରରୁ ମୁଖ୍ୟମନ୍ତ୍ରୀ ରେଖା ଘୋଷଣା କରି କହିଛନ୍ତି ଯେ, ଆଗାମୀ ଦିନରେ ଦିଲ୍ଲୀରେ ସରକାରଙ୍କ ତରଫରୁ ଓଡିଶା ପର୍ବ ଧୂମଧାମରେ ପାଳନ କରାଯିବ ।

ତେବେ ଗତ କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓଡିଶା ଆସି  ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

 

 

 

Comments are closed.