Latest Odisha News

BREAKING NEWS

ପ୍ଲାଜମା ଦାନ କରନ୍ତୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ ହେଲା । କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେଲା ଏହି ପ୍ରକ୍ରିୟା । ଭିଡିଓ କନଫରେନସିଂ ଶୁଭାରମ୍ଭ କଲେ ନବୀନ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏସସିବି ମେଡିକାଲରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍, କିମ୍ସ ଏବଂ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରକ୍ରିୟା ଆରମ୍ଭ ହେବ ।

ଓଡ଼ିଶାରେ କୋଭିଡ଼ ପାଇଁ ପ୍ଲାଜମା ଥେରାପି ସୁବିଧା ମାଗଣାରେ ମିଳିବ । ରାଜ୍ୟ ପାଇଁ ଏହା ଏକ ଖୁସିର କଥା । କରୋନା ବିରୋଧୀ ଲଢ଼େଇରେ ଏହା ସହାୟକ ହେବ । ପ୍ଲାଜମା ଥେରାପି କରୁଥିବା ରାଜ୍ୟ ତାଲିକାରେ ଓଡ଼ିଶା ସାମିଲ ହୋଇଛି। ରାଜ୍ୟର କୌଣସି ଲୋକକୁ ମେଡ଼ିକାଲ ସୁବିଧାରୁ ବଞ୍ଚିତ କରାଯିବ ନାହିଁ । ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏଥିସହିତ ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ପ୍ରତି ଲୋକର ଜୀବନ ମୂଲ୍ୟବାନ । ପ୍ରତି ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାର ସବୁ ଚେଷ୍ଟା କରୁଛନ୍ତି ବୋଲି ନବୀନ କହିଛନ୍ତି।

ଭୁବନେଶ୍ୱରର ସମ୍‌, କିମସ୍ ଓ କଟକର ଅଶ୍ୱିନୀ ହସ୍ପିଟାଲରେ  ଆଜି ଠାରୁ ପ୍ଲାଜମା ଥେରାପି ଆରମ୍ଭ ହୋଇଛି  । ଏହା ରାଜ୍ୟରେ ଉପଲବ୍ଧ ହେଲେ ଗୁରୁତର ରୋଗୀଙ୍କ ମୃତ୍ୟୁ  ସଂଖ୍ୟା କମିବ । ରୋଗୀଙ୍କ ପାଇଁ ଏହା ବଡ ଉପାଦେୟ ଓ ହିତକାରୀ ହେବ । ବର୍ତମାନ ସୁଦ୍ଧା ରାଜ୍ୟରେ ୭ହଜାର କରୋନା ଟେଷ୍ଟ କରାଯାଉଛି । ଆଗାମୀ ଏକ ସପ୍ତାହ ମଧ୍ୟରେ ଟେଷ୍ଟ ୮ ରୁ ୯ ହଜାରକୁ ବୃଦ୍ଧି କରାଯିବ ।

Leave A Reply

Your email address will not be published.