Latest Odisha News

ବୋତଲରେ ପେଟ୍ରୋଲ ନ ଦେବାରୁ ଟାଙ୍କି ଅଫିସରେ ବିଷାକ୍ତ ସାପ ଛାଡିଲା ଯୁବକ

ମୁମ୍ବାଇ: ମହାରାଷ୍ଟ୍ରରେ ଏକ କ୍ରୋଧୀତ ଯୁବକର ଉନ୍ମକ୍ତ କାଣ୍ଡ ଏବେ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ରିପୋର୍ଟ ମୁତାବକ ଜଣେ ଯୁବକ ପେଟ୍ରୋଲ ପମ୍ପରେ ପଂହଚି ଏହାକୁ ବୋତଲରେ ଦେବାକୁ କହିଥିଲା । ଏହା ନିୟମକୁ ଉଲ୍ଲଂଘନ କରୁଥିବାରୁ କର୍ମଚାରୀଜଣକ ଏହାକୁ ଦେବା ପାଇଁ ମନା କରିଥିଲେ । ଯୁବକ ଜଣକ ଉତେଜିତ ସେଠାରେ କର୍ମଚାରୀଙ୍କୁ ଖରାପ ବ୍ୟବହାର ଦେଖାଇ ପଳାଇଥିଲା ।

ଏତିକିରେ ତାର ରାଗ ଶାନ୍ତ ହୋଇ ନ ଥିଲା । ପେଟ୍ରୋଲ ପମ୍ପ ଅଫିସରେ ୩ଟି ବିଷାକ୍ତ ସାପ ଆଣି ଛାଡି ଦେଇଥିଲା । ସିସିଟିଭି ଫୁଟେଜରେ ଏହା ଜଣା ପଡିଥିଲା । ଏହି ଫୁଟେଜ ସୋସିଆଲ ସାଇଟରେ ଶେୟାର ହେବା ପରେ ଭାଇରାଲ ହୋଇଥିଲା । ପୋଲିସ ଉକ୍ତ ଯୁବକକୁ ଖୋଜୁଛି ।

Leave A Reply

Your email address will not be published.