Latest Odisha News

BREAKING NEWS

କରୋନା ମୁକାବିଲା: ଢେଙ୍କାନାଳରେ ୧୫ ନିଜାମୁଦ୍ଦିନ ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ

ଢେଙ୍କାନାଳ: ନୂଆଦିଲ୍ଲୀର ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇ ଢେଙ୍କାନାଳ ଫେରିଥିବା ୧୫ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଦେଇଥିବା ସୁଚନା ଅନୁଯାୟୀ, ଏହି ୧୫ ଜଣ ବ୍ୟକ୍ତି ଦିଲ୍ଲୀରୁ ଫେରିବା ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସରକାରୀ କ୍ୟାରେଣ୍ଟାଇନରେ ରଖିଥିଲେ।

“ଟେଷ୍ଟ ରିପୋର୍ଟ ପାଇବା ପରେ ଜିଲ୍ଲା ପ୍ରଶାସନ ଗୁରୁବାର ସେମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଡିସଚାର୍ଜ କରିବ। କିନ୍ତୁ ସେମାନେ ଆସନ୍ତା ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ ରହିବେ ବୋଲି ସେ କହିଛନ୍ତି।

Comments are closed.