Latest Odisha News

BREAKING NEWS

ରାଉରକେଲାର ସେକ୍ଟର-୧୬ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ରାଉରକେଲା: ରାଉରକେଲାର ସେକ୍ଟର-୧୬ ଅଞ୍ଚଳରେ କରୋନା ପଜିଟିଭ ମାମଲା ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ (ଆରଏମସି) ପକ୍ଷରୁ ଉକ୍ତ ଅଞ୍ଚଳର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ।

ସେକ୍ଟର -୧୬ର ନିମ୍ନଲିଖିତ ଅଞ୍ଚଳଗୁଡିକ କଣ୍ଟେନମେଣ୍ଟ ଜୋନ୍ ଘୋଷିତ-
– କ୍ୱାର୍ଟର ନମ୍ବର ଏ-୧ ରୁ ଏ-୧୨ ପର୍ଯ୍ୟନ୍ତ ରାସ୍ତା
– କ୍ୱାର୍ଟର ନମ୍ବର ଏ-୧୩ ରୁ ଏ-୩୬ ପର୍ଯ୍ୟନ୍ତ ରାସ୍ତା
– ରଥିନ୍ ଘୋଷ ଟିଫିନ୍ ଦୋକାନ ଠାରୁ ଆସ୍ତା ସମ୍ବୁ ମିଠା ଦୋକାନ ପର୍ଯ୍ୟନ୍ତଦୁଇ ରାସ୍ତାର ଉଭୟ ପାର୍ଶ୍ୱ

ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା କହିଛନ୍ତି ଯେ କ୍ଲାମଡାଉନ୍ ଅବଧି ସମୟରେ ଲୋକମାନେ କଣ୍ଟେନମେଣ୍ଟ ଜୋନ୍ ଭିତରକୁ ଯିବାଆସିବା ଉପରେ କଟକଣା ଲଗାଯାଇଛି। ଗାଡିମଟର ଚଳାଚଳ ସହ କଣ୍ଟେନମେଣ୍ଟ ଅଞ୍ଚଳରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଏବଂ ସପିଂ ପ୍ରତିଷ୍ଠାନ ବନ୍ଦ ରହିବ।

ଟାଉନ୍ ସେବା ବିଭାଗ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ସେଲ୍‌-ରାଉରକେଲା ଦ୍ୱାରା ଗଠିତ ବିଭିନ୍ନ ଦଳ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ସମୟରେ ପରିସି୍ଥତିକୁ ଦେଖି କଣ୍ଟେନମେଣ୍ଟ ଅର୍ଡର ବୃଦ୍ଧି କରାଯାଇପାରେ ବୋଲି ଆରଏମସି କମିଶନର ସୂଚନା ଦେଇଛନ୍ତି।

Comments are closed.