Latest Odisha News

BREAKING NEWS

କରୋନା ମୁକବିଲା: ବିନା ମାସ୍କରେ ମିଳିବ ନାହିଁ ପେଟ୍ରୋଲ, ଡିଜେଲ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ରେ ପହଞ୍ଚିଲାଣି । ଏଥିପାଇଁ ଆମକୁ ଆହୁତି ସଜାଗ ହୋଇ ରହିବାକୁ ପଡିବ ।

ବିନା ମାସ୍କରେ ଗାଡ଼ିରେ ତେଲ ଭର୍ତ୍ତି କରାଇବା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ତୈଳ ନଦେବାକୁ ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।

ଗଣମାଧ୍ୟମକୁ ସୂଚନା ଦେଇ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଥ କହିଛନ୍ତି ଯେ, ଏହି ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଭାବରେ ରାଜ୍ୟ ମାସ୍କ ପିନ୍ଧିବା ପାଇଁ ରାଜ୍ୟ ସରକାର ଏକ ବାଧ୍ୟତାମୂଳକ ବ୍ୟବସ୍ଥା କରିଛନ୍ତି । ତେଣୁ ବିନା ମାସ୍କରେ ଆସୁଥିବା ବ୍ୟକ୍ତିଙ୍କୁ ତୈଳ ପ୍ରଦାନ ନକରିବାକୁ ସଂଘ ନିଷ୍ପତ୍ତି ନେଇଛି।

ମାସ୍କ ବିନା ରାଜ୍ୟର ଯେକୌଣସି ପେଟ୍ରୋଲ ପମ୍ପରେ ବ୍ୟକ୍ତିଙ୍କୁ ଇନ୍ଧନ ପ୍ରଦାନ କରାଯିବ ନାହିଁ |

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପେଟ୍ରୋଲ ପମ୍ପ କର୍ମଚାରୀ ତଥା ଲୋକଙ୍କ ସୁରକ୍ଷା ପାଇଁ ଆସୋସିଏସନ ଏହିଭଳି ନିଷ୍ପତ୍ତି ନେଇଛି। ଲାଥ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟର ସମସ୍ତ ଫିଲିଂ ଷ୍ଟେସନ ମାଲିକଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ କୁହାଯାଇଛି।

Comments are closed.