Latest Odisha News

କରୋନା ସହ ଲଢୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସାହାଯ୍ୟ ପାଇଁ ଏହି ବଡ଼ ପଦକ୍ଷେପ ନେଲେ ଅଭିନେତା ସୋନୁ ସୁଦ୍

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସହ ଦିନରାତି ଲଢେଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ନିଜ ମୁମ୍ବାଇ ସ୍ଥିତ ହୋଟେଲ ପ୍ରଦାନ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ ।

ସୋନୁ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରକୃତ ଜୀବନର ହିରୋ ବୋଲି ବିବେଚନା କରନ୍ତି ବୋଲି କହିଛନ୍ତି । ସେମାନେ ଏହି ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନକରି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି।

ଏହି ରିୟଲ ଲାଇଫ ହିରୋମାନଙ୍କ ପାଇଁ କିଛି କରି ପାରିଥିବାରୁ ସୋନୁ ସୁଦ ଗର୍ବିତ ଅନୁଭବ କରିଛନ୍ତି ।

ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୋନୁ ଲେଖିଛନ୍ତି, “ବହୁ କଷ୍ଟରେ ଆମେ ରହୁଥିବା ଏବଂ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଆସୁଥିବା ରାଷ୍ଟ୍ରର ଏହି ହିରୋମାନଙ୍କୁ ସମର୍ଥନ କରିବା ଦିଗରେ ମୁଁ ଜୁହୁ ସ୍ଥିତ ମୋର ହୋଟେଲ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଖୋଲି ଦେଇଛି।

ବର୍ତ୍ତମାନ ପରିସ୍ଥିତିରେ ଡାକ୍ତର ମାନେ ଯୋଗେଇ ଦେଉଥିବା ସେବା ଆଗରେ ଏହା ସେମାନଙ୍କ ପାଇଁ ସର୍ବନିମ୍ନ ଅଟେ । ଆମେ ସମସ୍ତେ ଏକାଠି ଅଛୁ, ଆସନ୍ତୁ ସମସ୍ତେ ଆଗକୁ ଆସିବା ଏବଂ ସେମାନଙ୍କୁ ସମର୍ଥନ କରିବା” ବୋଲି ସୋନୁ ଲେଖିଛନ୍ତି।

Leave A Reply

Your email address will not be published.