ଗଞ୍ଜାମ: ମାସ୍କ ନଥିଲେ ଗ୍ରୋସରୀ ନାହିଁ । ମାସ୍କ ନଥିଲେ ମିଳିବନି ପନିପରିବା । ଖାଲି ସେତିକି ନୁହେଁ ଏଣିକି ମାସ୍କ ପିନ୍ଧିନଥିଲେ ଦୋକାନୀ ଔଷଧ ବି ଦେବେନି । ଗଞ୍ଜାମ ଜିଲ୍ଲାପାଳ ଆଜି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ରାଜ୍ୟରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଆରା ନିଷ୍ପତି ନେଇଛନ୍ତି । ଯେକୌଣସି ବି ଗ୍ରାହକ ଯଦି ଆଜିଠାରୁ ମାସ୍କ ପିନ୍ଧିବେନି ତେବେ ସେମାନଙ୍କୁ ଗ୍ରୋସରୀ, ପନିପରିବା ଏବଂ ଜରୁରୀ ଔଷଧ ବି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଦୋକାନୀ ନିଜ ନିଜ ଦୋକାନ ବାହାରେ ଏନେଇ ନୋଟିସ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଦୋକାନୀ ନୋଟିସ ଲଗାଇବେନି ଏବଂ ବିନା ମାସ୍କରେ ଲୋକଙ୍କୁ ସାମଗ୍ରୀ ଦେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
BREAKING NEWS
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ

Comments are closed.