Latest Odisha News

BREAKING NEWS

ଜୁଲାଇ ୧୧ ଯାଏଁ ଭିସୁଟ୍ ବନ୍ଦ

ସମ୍ବଲପୁର: କୋଭିଡ-୧୯ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଥିବାରୁ ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ୍‌) ଆସନ୍ତା ଜୁଲାଇ ୧୧ ଯାଏଁ ବନ୍ଦ କରାଯାଇଛି।

ଏହି ଅବଧି ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ହେଡ୍ କ୍ୱାଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିସୁଟର ବିଜ୍ଞପ୍ତି ଅନୁଯାୟୀ ଓସିଏସ(ସିସିଆଣ୍ଡଏ) ନିୟମ ୧୯୬୨ ଅନୁଯାୟୀ ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବର୍ତ୍ତମାନ ସମୟରେ ହେଡକ୍ୱାଟର ବାହାରେ ଥିବା କର୍ମଚାରୀମାନେ ସେମାନଙ୍କ ଆଗମନ ବିଷୟରେ ରେଜିଷ୍ଟ୍ରାରଙ୍କୁ ରିପୋର୍ଟ କରିବା ଏବଂ ୧୪ ଦିନ ଯାଏଁ ସେଲ୍ଫ-କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ମାସରେ ଜଣେ ପ୍ରଫେସରଙ୍କ ସ୍ୱାମୀ କରୋନାରେ ମୃତ୍ୟୁବରଣ କରିବା ପରେ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

 

Leave A Reply

Your email address will not be published.