Latest Odisha News

BREAKING NEWS

ଧର୍ମ ଚକ୍ର ଦିବସରେ ଶାନ୍ତିର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆଷାଢ ପୂର୍ଣ୍ଣିମା ବା ଧର୍ମ ଚକ୍ର ଦିବସ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାନ୍ତିର ବାର୍ତ୍ତା ଦେଇଛନ୍ତି । ବିଶ୍ୱବାସୀଙ୍କୁ ଆଜିର ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଆଷାଢ଼ ପୂର୍ଣ୍ଣିମାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଇଣ୍ଟରନ୍ୟାସନାଲ୍ ବୁଦ୍ଧିଷ୍ଟ କନଫେଡେରେସନ୍ ଧର୍ମ ଚକ୍ର ଦିବସ ଭାବରେ ପାଳନ କରିଥାଏ ।

ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ସାରା ଦୁନିଆ ଆଗରେ ଅସାଧାରଣ ସଂକଟ ଠିଆ ହୋଇଛି । ଏଭଳି ସଂକଟର ସମାଧାନ ମଧ୍ୟ ଭଗବାନ ବୁଦ୍ଧଙ୍କ ବାଣୀରୁ ଆସିବ । ତାଙ୍କ ବାଣୀରୁ ସ୍ଥାୟୀ ସମାଧାନ ବାହାରିବ । ତାଙ୍କ ବାଣୀର ପ୍ରାସଙ୍ଗିକତା ଅତୀତରେ ଥିଲା, ଏବେ ଅଛି ଓ ଭବିଷ୍ୟତରେ ମଧ୍ୟ ବୁଦ୍ଧଙ୍କ ପ୍ରାସଙ୍ଗିକତା ରହିବ ।

ସେହିପରି ବୁଦ୍ଧଙ୍କ ବାଣୀର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ, ସମବେଦନା ଓ ଦୟା ଉପରେ ବୌଦ୍ଧ ଧର୍ମ ଆଲୋକପାତ କରେ । କାର‌୍ୟ୍ୟଧାରା ଓ ଚିନ୍ତାଧାରାରେ ସରଳତା ଅବଲମ୍ବନ କରିବାକୁ କହେ ବୌଦ୍ଧଧର୍ମ । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣିମା ଭାବରେ ଜଣାଶୁଣା । ଆଜିର ଦିନରେ ଆମକୁ ଜ୍ଞାନ ପ୍ରଦାନ କରୁଥିବା ଗୁରୁମାନଙ୍କୁ ସ୍ମରଣ କରିବା ପାଇଁ ଦିନଟିଏ ।

Leave A Reply

Your email address will not be published.