Latest Odisha News

BREAKING NEWS

ଓଡ଼ିଶା ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଗତ ହେଲା ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷରେ ଅତିରିକ୍ତ ବଜେଟ ଆଗତ ହୋଇଛି ।

ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ଅତିରିକ୍ତ ବଜେଟ ଉପସ୍ଥାପିତ କରିଥିଲେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ।

ଏହି ଆର୍ଥିକ ବଜେଟରେ ପ୍ରଶାସନିକ ବ୍ୟୟ ଲାଗି ୨୬୭.୨୩ କୋଟି, ବିଭିନ୍ନ କାର୍ଯ୍ୟକ୍ରମ ଲାଗି ୭ହଜାର ୪୩୨.୮୦ କୋଟି, ସଂସଦୀୟ ବ୍ୟାପାର ଲାଗି ୧.୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସେହିପରି ଭାବେ ଶକ୍ତି ବିଭାଗ ଲାଗି ୮୫୧.୧୫ କୋଟି, ପର୍ଯ୍ୟଟନ ଲାଗି ୪୫.୫୩ କୋଟି, ଉଚ୍ଚଶିକ୍ଷା ନିମନ୍ତେ ୩୪.୫୩ କୋଟି, ସମବାୟ ବିଭାଗ ନିମନ୍ତେ ୧୯୧.୦୩ କୋଟି, ମହିଳା ଓ ଶିଶୁ ବିଭାଗ ନିମନ୍ତେ ୨୬୧.୨୫ କୋଟି, ପ୍ରଯୁକ୍ତି ବିଦ୍ୟା ନିମନ୍ତେ ୧୭.୦୧ କୋଟି, ଉଚ୍ଚଶିକ୍ଷା ଲାଗି ୩୪.୫୩ କୋଟି, ସାମାଜିକ ସୁରକ୍ଷା ଲାଗି ୫୦୪ କୋଟି, ସ୍ୱାସ୍ଥ୍ୟ ବିଭାଗ ଲାଗି ୪୯୧.୨୨ କୋଟି, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଲାଗି ୩.୦୭ କୋଟି ବ୍ୟୟ ଅଟକଳ କରାଯାଇଛି ।

ଆହୁରି ମଧ୍ୟ ସାଧାରଣ ଅଭିଯୋଗ, ଖଣି ଓ ଏମଏସଏମଇ ବିଭାଗ ଲାଗି ବ୍ୟୟ ବରାଦ ହୋଇନାହିଁ । ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣର ପରିମାଣ ରହିଛି ୮୩ ହଜାର ୩୦୭ କୋଟି ଟଙ୍କା ।

Leave A Reply

Your email address will not be published.