Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୪-୧୧-୨୦୧୯ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

 ଆଜି ହେଉଛି ୨୦୧୯ ମସିହା ନଭେମ୍ବର  ତା ୧୪ ରିଖ ଗୁରୁବାର  ତୁଳା ୨୮ ଦିନ ମାର୍ଗଶିର   ମାସ କୃଷ୍ଣ   ପକ୍ଷ   ଦ୍ବିତୀୟା  ତିଥି  ରୋହିଣୀ  ନକ୍ଷତ୍ର ବୃଷ   ଚନ୍ଦ୍ର
 ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜି:  କଖାରୁ ଖାଇବା  ନିଷେଧ
ମେଷ  :  ଦେହ ମନ ସୁସ୍ଥ ରହିବ ।ମାଲିମକଦମାରେ ବିଜୟ ଲାଭ କରିବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।
ବୃଷ :  କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ବହୁଦିନର ପୁରାତନ ବନ୍ଧୁ ଗୃହକୁ ଆସିପାରନ୍ତି ।ବିବାଦୀୟ ରେ ବିଜୟୀ ହେବେ ।ଅନ୍ଯାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପ୍ରଶଂସିତ ହେବେ ।
ମିଥୁନ  : କଥାବାର୍ତ୍ତାରେ  ସଂଯମତା ରକ୍ଷା କରନ୍ତୁ  ନଚେତ ବିପଦରେ ପଡିପାରନ୍ତି ।ପାରିବାରିକ ସମସ୍ଯା ଦେଖା ଦେବ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ସ୍ଥଗିତ କାମ ପାଇଁ  କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ ।
କର୍କଟ :ଉଚ୍ଚ ସମ୍ମାନ ଲାଭ କରିବେ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।ସାହାଯ୍ୟ ସହାନୁଭୂତି ମିଳିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତି ହେବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ
ସିଂହ: ପ୍ରତେକଟି କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେବ । କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ଯା ଦେଖା ଦେବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ସନ୍ଦେହ ଭୁଲ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ଝଞ୍ଜା ଦେଖା ଦେବ ।ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।
କନ୍ୟା  : ଶରୀର ସୁସ୍ଥ ରହିବ ।ସ୍ଥାବର ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ।ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
ତୁଳା :   ସାଂସାରିକ ଜୀବନ ସୁଖମୟ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ସାଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ ।ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ।ସନ୍ତାନ ସନ୍ତତି ମାନଙ୍କର ଉନ୍ନତି ପରିଲକ୍ଷିତ ହେବ ।
ବିଛା  : ସାଂସାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ ନାହିଁ ।ସାଧାରଣ କଥାକୁ ନେଇ ବାଦବିବାଦ ଦେଖା ଦେବ ।ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।
ଧନୁ: ସତର୍କତା ଅବଲମ୍ବନ କରନ୍ତୁ ଠକାମିରେ ପଡିପାରନ୍ତି ।ବିନା କାରଣରେ ଦୋଷି ସାବ୍ଯସ୍ତ ହେବେ ।ଯାନବାହନ  ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।
ମକର: ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ ।ନୂତନ ଗୃହ ବା ଭୂମି ଲାଭର ଯୋଗ ରହିଛି ।
ପୈତୃକ ସମ୍ପତ୍ତିର ଅଧିକାରୀ ହେବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ଶତୃମାନେ ପରାଜିତ ହେବେ ।
କୁମ୍ଭ: ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ।ଅନ୍ଯାଯ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବିଜୟ ଲାଭ କରିବେ ।ବ୍ଯବସାୟରେ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ମହିଳାମାନେ ଯଶସ୍ବୀ ହେବେ ।
ମୀନ :ସ୍ଥିରତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ଘରୋଇ କଳହ ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।
Leave A Reply

Your email address will not be published.