Latest Odisha News

BREAKING NEWS

ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରିଛି ଓଡ଼ିଶା ବନ ଉନ୍ନୟନ ନିଗମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଲାଭାଂଶ ବାବଦ ଅର୍ଥ ପ୍ରଦାନ କରିଛନ୍ତି ।

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସ୍ବାଗତ ଭାଷଣ ଦେଇ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ନିଗମର ଅଧ୍ୟକ୍ଷ ପରାଗ ଗୁପ୍ତା, ଉନ୍ନୟନ କମିଶନର ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ୨୦୧୯-୨୦ ଆର୍ଥିକ ବର୍ଷରେ ବନ ଉନ୍ନୟନ ନିଗମ ଟିକସ ପରେ ମୋଟ ୧୦ କୋଟି ୫୪ ଲକ୍ଷ ଟଙ୍କା ଲାଭ ପାଇଥିବା ବେଳେ, ରାଜ୍ୟ ସରକାରଙ୍କ ଲାଭାଂଶ ବାବଦରେ ୧ କୋଟି ୫୮ ଲକ୍ଷ ଟଙ୍କା ପ୍ରଦାନ କରିଛି ।

୧୯୬୨ ମସିହାରେ ସୃଷ୍ଟି ହୋଇଥିବା ଓଡ଼ିଶା ବନ ଉନ୍ନୟନ ନିଗମ ହେଉଛି ଦେଶର ସର୍ବ ପୁରାତନ ବନ ନିଗମ । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ଏହା ଲାଭ କରିଆସୁଛି । ସାରା ରାଜ୍ୟରେ ଏହାର ୨୦ଟି ଡିଭିଜନରେ ୫୨ଟି କେନ୍ଦ୍ରୀୟ କାଠ ଡିପୋ ଓ ୬୭ଟି ଜାଳେଣି କାଠ ଡିପୋ ରହିଛି । ଚଳିତ ବର୍ଷ ନିଗମ ୪.୮୧ ଲକ୍ଷ ଚାରା ରୋପଣ କରିଛି ।

Leave A Reply

Your email address will not be published.