Latest Odisha News

BREAKING NEWS

ମମତାଙ୍କୁ ଅଡୁଆରେ ପକାଇଲା ହାଇକୋର୍ଟଙ୍କ ନିଷ୍ପତି

କୋଲକାତା: ନନ୍ଦିଗ୍ରାମ ଭୋଟ ଗଣତି ହେରଫେର ଅଭିଯୋଗର ଶୁଣାଣୀକୁ କୋଲକାତା ହାଇକୋର୍ଟ ନଭେମ୍ବର ୧୫ ପର୍ଯ୍ୟନ୍ତ ଘୁଂଚାଇ ଦେଇଛି । ହାଇକୋର୍ଟଙ୍କ ଏହି ନିଷ୍ପତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚାପରେ ପକାଇ ଦେଇଛି । ମମତା ବିଧାନସଭା ସଦସ୍ୟ ନ ଥିବା ବେଳେ ରାଜ୍ୟରେ ବିଧାନପରିଷଦ ନାହିଁ । ସମ୍ବିଧାନର ନିୟମ ଅନୁସାରେ ୬ମାସ ମଧ୍ୟରେ ଗୃହର ସଦସ୍ୟ ହେବାକୁ ପଡିବ । ଅନ୍ୟଥା ମୁଖ୍ୟମନ୍ତ୍ରୀ ପଦ ହାତରୁ ଯିବ ।

କରୋନା ମହାମାରୀ ଯୋଗୁ ନଭେମ୍ବରରେ ଉପ ନିର୍ବାଚନ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ନେଇ ମମତା ନିର୍ବାଚନ କମିଶନରଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.