ଭୁବନେଶ୍ବର: ‘ଆମ ବସ୍’ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ। ଏନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଯାହା ପରେ ପରିବହନ ସଚିବ ଉଷା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ଏଣିକି ଡ୍ରାଇଭରଙ୍କର ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ। ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଯାଇ ଗାଡ଼ି ଚଳାଇବା ପାଇଁ ଅନୁମତି ମିଳିବ। ଯେଉଁ ଡ୍ରାଇଭର ଅଧିକ ସମ୍ବେଦନଶୀଳ ପ୍ରମାଣ କରିବେ ଇନସେଣ୍ଟିଭ ମିଳିବ। ଲେନ୍ ଡ୍ରାଇଭିଂକୁ ଗୁରୁତ୍ବ ଦେଉଛୁ, ପ୍ରାୟ ମାସେ ପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନ କରିବୁ। ରୋଡ୍ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି।
ସ୍ମାର୍ଟସିଟି ଅଫିସରେ କିମ୍ବା କ୍ରୁଟ ଅଫିସରେ ଏମ୍ଡି ତଦାରଖ କରିବେ। ଯଦି ଆମ ବସ୍ ଟ୍ରାଫିକ ନିୟମ ଭାଙ୍ଗେ ତାହେଲେ ଇ-ଚାଲାଣ କଟିବ। ସବୁର ତଦାରଖ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ସେହିପରି ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଯେଉଁଥିରେ ପରିବହନ କମିଶନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ ରହିଛନ୍ତି।
Comments are closed.