ଭୁୁବନେଶ୍ୱର: ମହାମାରୀର ରୂପ ନେଇଥିବା କରୋନା ଭୁତାଣୁ ଦିନକୁ ଦିନ ନିଜ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏଥିରେ ସାମାନ୍ୟ ବର୍ତି ଯାଇଛି ଓଡ଼ିଶା । ଓଡ଼ିଶାରୁ ଚିହ୍ନଟ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ନେଗେଟିଭ୍ ବାହାରିଛି । ଆଗକୁ କୌଣସି ବ୍ୟକ୍ତିଙ୍କୁ କରୋନା ଭାଇରସର କିଛି ଲକ୍ଷଣ ନଜରକୁ ଆସିଲେ ଜଣାଇବାକୁ ଅନୁରୋଧ କରାଯାଇଛି । ଏନେଇ ଡିଏମ୍ଇଟି ନିର୍ଦ୍ଦେଶକ ଡା.ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସୂଚନା ମୁତାବକ କରୋନା ଆକ୍ରାନ୍ତ ସନ୍ଦେହରେ ଭୁବନେଶ୍ୱରରୁ ୫ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ପୁଣେ ପଠାଯାଇଥିଲା । ତେବେ ୫ ଜଣଙ୍କ ମଧ୍ୟରୁ ୪ଜଣଙ୍କ ରକ୍ତ ନମୁନା ଯାଂଚ ରିପୋର୍ଟ ଆସିଛି । ଏଥିରେ ୪ ଜଣଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । ତେବେ କନ୍ଧମାଳରୁ ଆସିଥିବା ଯୁବକଙ୍କ ରକ୍ତ ପରୀକ୍ଷାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଏଥିପାଇଁ ସମୟ ଲାଗିବ ।
ସେପଟେ ଆଜି ଆଉ ଜଣେ ଛାତ୍ର ଚୀନ୍ରୁ ଓଡ଼ିଶାକୁ ଫେରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ହୋମ ଅବଜରଭେସନରେ ରଖାଯାଇଛି । ବାହାରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ସବୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ଠାରେ ଥଣ୍ଡା, କାଶ, ଛାଡୁ ନଥିବା ଲକ୍ଷଣ ଦେଖାଯାଏ ତେବେ ଶିକ୍ଷାନୁଷ୍ଠାନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଏମ୍ଇଟି ଡ଼ା.ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
BREAKING NEWS
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
Comments are closed.