ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅନ୍ତର୍ଗତ ଫାଲକନ୍ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ବୁଧବାର ଦିନ ହୋଇଥିବା ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ପୋଲିସ ଉକ୍ତ ୟୁନିଟର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି, ୟୁନିଟର ଜେନେରାଲ ମ୍ୟାନେଜର, ପ୍ରଡ଼କସନ ମ୍ୟାନେଜର, ଏଚଆର ମ୍ୟାନେଜର, ସେଫ୍ଟି ମ୍ୟାନେଜର, ୨ ଜଣ ସୁପରଭାଇଜର,
ପ୍ରାପ୍ତ ସୂଚନାନୁଯାୟୀ ଫାଲକନ୍ ଚିଙ୍ଗୁଡି ଫ୍ୟାକ୍ଟ୍ରିର ପ୍ରୋସେସିଂ ୟୁନିଟରେ କୌଣସି କାରଣବଶତଃ ଗ୍ୟାସ୍ ଲିକ୍ ହେବା କାରଣରୁ ପାଖାପାଖି ୧୦୦ରୁ ଅଧ୍ଚଳ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ ।
ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଯାଇ ଅସୁସ୍ଥ ଶ୍ରମିକମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରମ ଓ କର୍ମଚାରୀ ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ, “ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦୋଷୀ ବୀରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ।
ଆହୁରି ମଧ୍ୟ ତଦନ୍ତ ରିପୋର୍ଟ ଆସିବା ପରେ ଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଫ୍ୟାକ୍ଟ୍ରିକୁ ସିଲ୍ କରିଦିଆଯାଇଥିଲା ।
Comments are closed.