Latest Odisha News

BREAKING NEWS

ଗୋଆରେ ଚମକିଲେ ଓଡିଆ ଝିଅ, ହାତେଇଲେ ସୁପର ମଡେଲ୍ ଟାଇଟଲ୍

କେରାପୁଟ: ଗୋଆରେ ମିସ୍ ସୁପର ମଡେଲ୍ ଟାଇଟଲ୍ ହାସଲ କରି ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି ସୁଦୂର କୋରାପୁଟ ଝିଅ ପ୍ରାଗତିକା ରାୟ ।

୧୦ମ ଶ୍ରେଣୀର ଏହି ଛାତ୍ରୀ ଜଣକ ସେମିଳିଗୁଡାର ଡେମଣ୍ଟ ପବ୍ଲିକ୍ ସ୍କୁଲରେ ଅଧୟନରତ । ସ୍ନେହା ଫିଲ୍ମସ୍ ଓ ଏନସେମବଲ୍ ଫ୍ୟାଶନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ପ୍ରାୟ ୪୦ ଜଣ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ସେମିଫାଇନାଲକୁ ଯାଇଥିଲେ।

ପରେ ମାତ୍ର ୫ଜଣ ଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରାଗତିକା ଏହି ସୁନ୍ଦରୀ ମୁକୁଟ ଅକ୍ତିରାଲ୍ କରିଥିଲେ ।

ପୂର୍ବରୁ ସେ ପ୍ରିନସେସ୍ କୋରାପୁଟ କନଟେଷ୍ଟ ଜିତିଥିବା ବେଳେ ତାଙ୍କର ଏହି ସଫଳତାର ଶ୍ରେୟ ନିଜ ବାପା, ମାଆ ଓ ମଡେଲ୍ ଟ୍ରେନର ତଥା ପ୍ରତିଷ୍ଠାତା କେରୀ ସୁମନ ଖିଲୋଙ୍କୁ ଦେଇଛନ୍ତି ।

ଏହି ବିଉଟି ପିଜାଣ୍ଟ ନଭେମ୍ବର ୧୪ରୁ ୧୬ ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହୋଇଥିଲା ।

Comments are closed.