Latest Odisha News

BREAKING NEWS

ଓଡ଼ିଶା ଏକ ନମ୍ବର ପେପରଲେସ୍ ବିଧାନସଭା

ଭୁବନେଶ୍ୱର: ଦେଶରେ ସବୁ ବିଧାନସଭା ମଧ୍ୟରେ ଓଡ଼ିଶା ବିଧାନସଭା ଏକ ନମ୍ବର । ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ଏହି ଘୋଷଣା କରିନି । ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ଚଳିତ ମାସରେ କେନ୍ଦ୍ର ସରକାର ଏକ ଭବ୍ୟ କାର୍ଯ୍ୟକ୍ରମ କରି ଏହି ସମ୍ମାନ ପ୍ରଦାନ କରିବେ । ପ୍ରୟାଗରାଜରେ ‘ଆୱାର୍ଡ ଅଫ୍ ଏକ୍ସିଲେନ୍ସ’ ଉତ୍ସବରେ କେନ୍ଦ୍ର ସରକାରଙ୍କ ଠାରୁ ବିଧାନସଭା ସଚିବ ଏହି ସମ୍ମାନ ଗ୍ରହଣ କରିବେ । ବାଚସ୍ପତି କହିଛନ୍ତି, ଓଡ଼ିଶା ଦେଶରେ ପ୍ରଥମ, ଯାହାକୁ ଏହି ସମ୍ମାନ ମିଳୁଛି ।

Leave A Reply

Your email address will not be published.