Latest Odisha News

BREAKING NEWS

ଶିଶୁପୁତ୍ରର ଜନନୀ ହେଲେ କାଜଲ ଅଗ୍ରଓ୍ଵାଲ

ମୁମ୍ବାଇ : ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି । ଶିଶୁ ପୁତ୍ରର ଜନନୀ ହୋଇଛନ୍ତି କାଜଲ । କାଲଜ ଅଗ୍ରୱାଲ ଓ ସ୍ୱାମୀ ଗୌତମ କିଚଲୁ ନିଜ ଘରକୁ କୁନି  ଅତିଥିଙ୍କୁ ସ୍ୱାଗତ କରିଛନ୍ତି ।ଏନେଇ କେଜଲଙ୍କ ସ୍ୱାମୀ ଗୌତମ ଇଷ୍ଟାଗ୍ରାମ ପେଜରେ ନିଜେ ବାପା ହେବା ନେଇ ଜଣାଇଛନ୍ତି । ଆଗରୁ କାଜଲ ନିଜ ପ୍ରେଗନାନ୍ସି ବିଷୟରେ ଫ୍ୟାନ ମାନଙ୍କୁ ଜଣାଇଥିଲେ । ଏହି ସମୟରେ ସ୍ୱାମୀ ଗୌତମ ମଧ୍ୟ କାଜଲଙ୍କ କେୟାର ନେଉଥିବା ନିଜେ ଫ୍ୟାନ ମାନଙ୍କ ସହ ସେୟାର କରିଥିଲେ କାଜଲ ।

 

ପ୍ରେଗନାନ୍ସି ସମୟରେ ଯେଉଁ ସବୁ ଅସୁବିଧାର ସାମ୍ନା କରିଥିଲେ ସେ ସବୁ ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ ମାନଙ୍କୁ ଜଣାଇଥିଲେ କାଜଲ।ହେଲେ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ଶେଷରେ ଶିଶୁପୁତ୍ର ଜନ୍ମ ଦେଇଛନ୍ତି କାଜଲ ଅଗ୍ରୱାଲ ।
ସୂଚନା ଅନୁସାରେ ୩୦ ଅକ୍ଟୋବର ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କାଜଲ୍ । କାଜଲ ଓ ଗୌତମ କିଚୁଲ ଦୁଇ ଜଣ ସାଙ୍ଗ ଥିଲେ । ହେଲେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ ।  ପ୍ରେଗନାନ୍ସି ପାଇଁ କାଜଲ କିଛି ଦିନ ହେବ କାଜଲ ବଲିଉଡ୍ ଓ ସାଉଥ୍ ମୁଭି ଇଣ୍ଡଷ୍ଟ୍ରୀ ଠାରୁ ଦୂରରେ ଥିଲେ । ଏବେ ସେ କିଛି ଦିନ ମୁଭି ଇଣ୍ଡଷ୍ଟ୍ରୀ ଠାରୁ ଦୂରରେ ରହିବା ସହ ନିଜ ପୁଅର କେୟାର ନେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.