Latest Odisha News

ଭୁବନେଶ୍ବର ଓ ରଙ୍ଗେଇଲୁଣ୍ଡା ମଧ୍ୟରେ ବିମାନ ଉଡ଼ାଣ ତାରିଖ ଓ ସମୟ ଧାର୍ଯ୍ୟ, ସପ୍ତାହକୁ ୨ଦିନ ଓ ମାସକୁ ଉଡ଼ିବ ୯ଦିନ

ଭୁବନେଶ୍ବର : ବିଜୁ ଜୟନ୍ତୀରୁ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ ହୋଇସାରିଥିବା ବେଳେ ଏପ୍ରିଲ ମାସର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ । ଏଥିସହ ଏସଟିଏ ପକ୍ଷରୁ ବିସ୍ତୃତ ଉଡ଼ାଣ ସୂଚୀ ଜାରି କରାଯାଇଛି। ଭୁବନେଶ୍ବର ଓ ରଙ୍ଗେଇଲୁଣ୍ଡା ମଧ୍ୟରେ ସପ୍ତାହକୁ ୨ଦିନ ଓ ମାସକୁ ୯ଦିନ ଯାତ୍ରୀ ବିମାନ ସେବା ପାଇପାରିବେ । ଭୁବନେଶ୍ବରରୁ ବାହାରିଲେ ରଙ୍ଗେଲୁଣ୍ଡାରେ ପହଞ୍ଚିବାକୁ ଏକ ଘଣ୍ଟା ସମୟ ଲାଗୁଛି । ସେଠାରେ ୨୦ ମିନିଟ୍ ରହଣି ପରେ ସେଠାରୁ ଫ୍ଲାଇଟ୍ ଭୁବନେଶ୍ବର ଅଭିମୁଖେ ଟେକଅଫ୍ କରିବ ।

ମିଳିଥିବା ସୂଚନା ଅନୁସାରେ, ମାସର ପ୍ରତି ବୁଧବାର ଓ ରବିବାର ବିମାନ ଉଡ଼ିବ । ସେହିପରି ଆସନ୍ତା ୫ ତାରିଖ, ୯ତାରିଖ, ୧୨ ତାରିଖ ୧୬, ୧୯, ୨୩, ୨୬ ଓ ୩୦ ତାରିଖରେ ଏହି ନନ୍ ସିଡ୍ୟୁଲ୍ଡ ଫ୍ଲାଇଟ୍ ସେବା ନେଇପାରିବେ ଯାତ୍ରୀ । ଗତମାସ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରୁ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ।

Leave A Reply

Your email address will not be published.