Latest Odisha News

BREAKING NEWS

ତିତିଲି ବାତ୍ୟାରେ ମୃତ୍ୟୁ ସଂଖ୍ୟା ୬୧, ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଭୁବନେଶ୍ୱର: ଭୟଙ୍କର ତିତଲି ବାତ୍ୟା ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ପ୍ରଭାବିତ ହୋଇ ମୃତ୍ୟୁ ସଂଖ୍ୟା ୬୧ରେ ପହଁଚିଛି ବୋଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।

ରାଜ୍ୟ ସଚିବାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବାପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ତିତଲି ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୬୧ଟି ହୋଇଥିବା ବେଳେ ୧୧ ଜଣ ବ୍ୟକ୍ତିଙ୍କ ଯାଞ୍ଚ ଚାଲିଛି ।

ତିତଲି ବାତ୍ୟାରେ ପ୍ରାଣହାନୀ ଘଟିଥିବା ୭୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ଆନ୍ଧ୍ର ମତ୍ସ୍ୟଜୀବୀ ରହିଛନ୍ତି । ସେମାନେ ଗୋପାଳପୁର ଉପକୂଳରେ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିଲେ ।

ବାତ୍ୟା ପରର ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଗଞ୍ଜାମର ସୋରଡ଼ା ଏବଂ ଦାରିଙ୍ଗିବାଡ଼ିକୁ ଛାଡ଼ି ବାକି ସମସ୍ତ ପ୍ରଭାବିତ ଅଞ୍ଚଳରେ ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ପ୍ରଭାବିତ ୬୫୦ଟି ଗ୍ରାମରୁ ୫୭୦ଟି ଗ୍ରାମରେ ପାନୀୟ ଜଳ ଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି । ବିଦ୍ୟୁତ ଯୋଗାଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଥିବା ବେଳେ ଅକ୍ଟୋବର ୨୨ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ବିଦ୍ୟୁତ ଯୋଗାଣ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରଭାବିତ ଜିଲ୍ଲାମାନଙ୍କରେ ବାତ୍ୟା ପୀଡ଼ିତ ପରିବାରକୁ ୫୦ କେଜି ଲେଖାଏଁ ଚାଉଚ ବଣ୍ଟନ କରାଯାଇଛି ।

ବାତ୍ୟା ପ୍ରଭାବିତ ଜିଲ୍ଲାରେ ଏପର୍ଯ୍ୟନ୍ତ ପୀଡ଼ିତ ପରିବାରମାନଙ୍କୁ ୧୧କୋଟି ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇସାରିଛି ।

ଏହି ବାତ୍ୟା ଯୋଗୁଁ ୫୭,୦୦୦ ବାସଗୃହ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି ଏବଂ ଏନେଇ କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦିଆଯାଇଛି ।

Leave A Reply

Your email address will not be published.