Latest Odisha News

BREAKING NEWS

ଗଭୀର ଜଳରେ ୩ ନାବାଳିକାଙ୍କ ସଲିଳ ସମାଧି

ଖୋର୍ଦ୍ଧା/କଳାହାଣ୍ଡି : କଳାହାଣ୍ଡି ଓ ଖୋର୍ଦ୍ଧା ଅଞ୍ଚଳରେ ଶନିବାର ଭିନ୍ନଭିନ୍ନ ସ୍ଥାନରେ ପାଣିରେ ବୁଡି ୩ ଜଣ ନାବାଳିକାଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୃତକଙ୍କ ନାମ ରୋଜି ସାହୁ (୧୭), ନମିତା ସାହୁ (୧୨) ଓ ରୁପାଲି ସାମନ୍ତରାୟ (୧୦) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ ବଗଡା ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ନମିତା ଓ ରୋଜି ଗାଧୋଉଥିବାବେଳେ କୌଣସି କାରଣବଶତଃ ଅଚାନକ ପାଣିରେ ବୁଡିଯାଇଥିଲେ ।

ମିଳିଥିବା ସୁଚନା ଅନୁଯାୟୀ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାର ଗୋଡିପଦ ନିକଟବର୍ତ୍ତୀ ଅଞ୍ଚଳର ରୂପାଲି କୂଅରେ ପଡି ମୃତ୍ୟୁବରଣ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.