ଭୁବନେଶ୍ଵର: ବର୍ଷ ଆରମ୍ଭରୁ ଗୋଟେ ପରେ ଗୋଟେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଗତକାଲି ଅର୍ଦ୍ଧରାତ୍ରରେ ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରିଥିବା ବେଳେ ଏବେ ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୩୮ ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇଗୁଣା କଲେ ରାଜ୍ୟ ସରକାର ।
ତେବେ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ଏକ ବଡ ଘୋଷଣା କରିଛନ୍ତି ମୋହନ ସରକାର । ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇଗୁଣା କରିଛନ୍ତି ସରକାର । କାରାବରଣ କରିଥିବା ସ୍ଵାଧିନତା ସଂଗ୍ରାମୀ ଏବେ ୧୦ ହଜାର ବଦଳରେ ୨୦ ହଜାର ଭତ୍ତା ପାଇବେ ଏବଂ କାରାବରଣ କରି ନଥିଲେ ୯ ହଜାର ପରିବର୍ତ୍ତେ ଏବେ ୧୫ ହଜାର ଟଙ୍କା ଭତ୍ତା ପାଇବେ । ସେହିପରି ଜାତୀୟ ପେନସନ ପାଉଥିବା ସଂଗ୍ରାମୀ ଏବେ ୮ ହଜାର ବଦଳରେ ୧୦ ହଜାର ଟଙ୍କା ପାଇବେ । ସେପଟେ ଏମଆଇଏସଏ ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିଲେ ୨୦ ହଜାର ଟଙ୍କା ଭତ୍ତା ପାଇବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
Comments are closed.