Latest Odisha News

ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ: ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢ଼ିଲା ମେଡିକାଲ କଲେଜରେ କାର୍ଯ୍ୟରତ ହାଉନ୍ ସର୍ଜନଙ୍କ ଷ୍ଟାଇପେଣ୍ଡ । ରାଜ୍ୟ ସରକାର ସେମାନଙ୍କର ଷ୍ଟାଇପେଣ୍ଡ ରାଶିରେ ୮ ହଜାର ଟଙ୍କା ବୃଦ୍ଧି କରିଛନ୍ତି। ଏଣିକି ସେମାନେ ମାସିକ ୨୮ ହଜାର ଟଙ୍କା ଷ୍ଟାଇପେଣ୍ଡ ପାଇବେ । ପୂର୍ବରୁ ମିଳୁତିଲା ୨୦ ହଜାର ଟଙ୍କା ।
ଏନେଇ ଊଗଋଞଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ।

ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ପ୍ରତି ତିନି ବର୍ଷରେ ଏହା ରିଭିଜନ ହୋଇଥାଏ । ତିନି ବର୍ଷ ପରେ ପୁଣି ବିଚାର କରାଯିବ । କୋଭିଡ୍ ସମୟରେ ସେମାନଙ୍କ ଅବଦାନକୁ ଲକ୍ଷ୍ୟ କରି କରାଯାଇଛି । ସମସ୍ତେ incentive ପାଇଥିଲେ । ଏମାନେ ପାଇ ନଥିଲେ ବୋଲି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

ପୂର୍ବରୁ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ହାଉସ ସର୍ଜନମାନେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପ୍ରତ୍ୟାହାର ସହ କଳାବ୍ୟାଜ ପ୍ରତ୍ୟାହାର କଲେ ହାଉସ୍ ସର୍ଜନ । ଏବେ ସେମାନଙ୍କ ଦାବି ପୂରଣ ହୋଇଛି ।

Leave A Reply

Your email address will not be published.