Latest Odisha News

BREAKING NEWS

ଦେଶରେ ଲକ୍ଷେ ୭୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନାରେ ଏବେ ଦୈନିକ ଆକ୍ରାନ୍ତ କମ୍ । ସୁସ୍ଥହାର ବଢୁଛି । ଖସୁଛି ଆକ୍ଟିଭ୍ କେସ୍ । ଲକ୍ଷେ ୭୦ ହଜାର ତଳକୁ ଖସିଛି କରୋନା ସକ୍ରିୟ ମାମଲା । ଏବେ ଦେଶରେ ୧ଲକ୍ଷ ୬୯ହଜାର ୮୨୪ଟି ଆକ୍ଟିଭ୍ କେସ୍ ରହିଛି । କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭ ପ୍ରତିଶତ ସଂକ୍ରମିତ ।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୮୩ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୪ହଜାର ୮୦୮ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭ଲକ୍ଷ ୩୩ହଜାର ୧୩୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧କୋଟି ୪ଲକ୍ଷ ୯ହଜାର ୧୬୦ ଆକ୍ରାନ୍ତ ।

ସେହିପରି ମହାମାରୀ ଗତ ୨୪ ଘଣ୍ଟାରେ ଆଉ ୧୩୭ ଜଣଙ୍କର ଜୀବନ ନେଇଛି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର ୧୪୭କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୪% ।

Leave A Reply

Your email address will not be published.