Latest Odisha News

BREAKING NEWS

ସରକାରୀ ହସ୍ପିଟାଲରେ ବେଡ୍ ପିଛା ରୋଗୀଙ୍କ ଖାଇବା ଅନୁଦାନ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ସରକାରୀ ଡାକ୍ତରଖାନାରେ ବେଡ ପିଛା ରୋଗୀଙ୍କ ଦୈନିକ ଖାଦ୍ୟ ପାଇଁ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ ଦେଇଛନ୍ତି।

ସେହିପରି ଶିଶୁଙ୍କ ଦୈନିକ ଆହାର ଭତ୍ତା ୭୫ ଟଙ୍କାରୁ ୯୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଅଧିକ ପୁଷ୍ଟିକର ଖାଦ୍ୟ ପାଇଁ ୯୫ ଟଙ୍କାରୁ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ୭୫ ଟଙ୍କାରୁ ୯୫ ଟଙ୍କା ଏବଂ ତରଳ ଖାଦ୍ୟ ପାଇଁ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସୂଚନା ମିଳିଛି।

ଏହି ନିଷ୍ପତ୍ତି ରାଜ୍ୟର ସମସ୍ତ ୬୧୮ଟି ସରକାରୀ ହସ୍ପିଟାଲରେ ଲାଗୁ ହେବ ଏବଂ ୪୨ ଲକ୍ଷ ରୋଗୀ ଉପକୃତ ହେବେ। ଏଥିଯୋଗୁଁ ରାଜ୍ୟ ରାଜକୋଷକୁ ବାର୍ଷିକ ୬୪ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Comments are closed.