Latest Odisha News

ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ

ବାଲେଶ୍ଵର: ବାଲେଶ୍ବରରେ ଆହୁରି କୋହଳ ହେଲା କର୍ଫ୍ୟୁ । ବାଲେଶ୍ଵର ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ତେବେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସଂପୂର୍ଣ୍ଣ ଭାବରେ ହଟାଯାଇଛି । ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ କାଲିଠୁ ମିଳିବ ଇଣ୍ଟରନେଟ୍ ସେବା । ତେବେ ମୋବାଇଲରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ । ସେପଟେ ପୌରାଞ୍ଚଳରେ କାଲି ବି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି ।

ସୂଚନା ଅନୁସାରେ, ଗତକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଥିବା ବେଳେ ଆଜି ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ହୋଇଥିଲା କର୍ଫ୍ୟୁ। ଆବଶ୍ୟକ ଜିନିଷପତ୍ର କିଣାକିଣି ପାଇଁ କୋହଳ ହୋଇଛି କର୍ଫ୍ୟୁ । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତେବେ ସହରରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ବଳବତ୍ତର ରହିବା ସହ ଇଣ୍ଟରନେଟ୍‌‌ ସୁବିଧା ମଧ୍ୟ ବନ୍ଦ ରହିଛି। ଅନ୍ୟପଟେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଗିରଫଙ୍କ ସଂଖ୍ୟା ୪୫କୁ ବୃଦ୍ଧି ହୋଇଛି।

Leave A Reply

Your email address will not be published.