Latest Odisha News

BREAKING NEWS

ଓଡିଶା ସରକାରଙ୍କ କରୋନା ମ୍ୟୁଜିକ ଭିଡିଓ ‘ଆଉ କିଛି ଦିନ..’

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ ଅବଧିକୁ ତୃତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ଲୋକଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ କରିବା ପାଇଁ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ମ୍ୟୁଜିକ ଭିଡିଓ ‘ଆଉ କିଛି ଦିନ’ ।

ଏବେ ଲକ୍ ଡାଉନ ଚାଲିଥିବାରୁ ସ୍କୁଲ କଲେଜ ବନ୍ଦ ରହିଛି । କ୍ଷୀର ବାଲା ବି ଘରକୁ କ୍ଷୀର ଦେବାକୁ ଆସୁନି । କହିବାକୁ ସ୍ୱାଭାବିକ ଜୀବନ ଯାତ୍ରାରେ ରୋକ ଲାଗିଛି । ତେବେ ଆଉ ମାତ୍ର କିଛି ଦିନର ଅପେକ୍ଷା । ପୁଣି ଫେରିଆସିବ ସେହି ଦିନ….ଏହି ବାର୍ତ୍ତା ଦେଇ ପ୍ରସ୍ତୁତ ହୋଇଛି ଏହି ଆଲବମ୍ ।

ଏହି ଭିଡିଓରେ ବହୁ କ୍ରୀଡାବିତ୍‌, ସିନେ ଅଭିନେତା, ପୋଲିସ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କୁ ସାମିଲ କରାଯାଇଛି । ଯେ କୌଣସି ପରିସ୍ଥିତିରେ ବି ଓଡିଆମାନେ ହାରିନାହାନ୍ତି କି ଏବେ ବି ହାରିବେ ନାହିଁ ।

ରାତି ପରେ ଦିନ ପରି ଏସବୁ ଅସୁବିଧା ଆମର ଅପସରି ଯିବ । ଆମେ ପୁଣି ବଡ ଦାଣ୍ଡରେ ଜୟଜଗନ୍ନାଥ ସ୍ୱାମୀ ଗୀତ ଗାଇବା । ଆଉ ସେହି ଖୁସି ଦିନ ଆମ ପାଇଁ ଫେରିଆସିବ ବୋଲି ବର୍ଣ୍ଣନା ହୋଇଛି ।

 

Leave A Reply

Your email address will not be published.