Latest Odisha News

BREAKING NEWS

ମଦ ଲାଗି ଛକାପଞ୍ଝା: ପ୍ରଥମ ଦିନ କର୍ଣ୍ଣାଟକରେ ୪୫ କୋଟି ଟଙ୍କାର ମଦବିକ୍ରି !

ବେଙ୍ଗାଲୁରୁ: ଅଦ୍ୟାବଧି ଲକ୍‌ଡ଼ାଉନ୍ ଜାରି ଥିବାବେଳେ ମଦ ଲାଗି ଗ୍ରାହକମାନଙ୍କ ଭିତରେ ଛକାପଞ୍ଝା ଦେଖିବାକୁ ମିଳିଛି । ଲକ୍‌ଡ଼ାଉନ୍ ୩.୦ରେ କେନ୍ଦ୍ରସରକାର ଅଣ-କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ପୁନର୍ବାର ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ।

ସାରା ଦେଶରେ ଆରମ୍ଭ ହୋଇଛି ଲକ୍‌ଡ଼ାଉନ୍ ୩.୦ । ଦୀର୍ଘ ୪୦ ଦିନ ପରେ ବିଭିନ୍ନ ରାଜ୍ୟରେ ପୁଣି ଥରେ ମଦଦୋକାନ ଖୋଲିଥିବା ଯୋଗୁଁ ପ୍ରଥମ ଦିନରୁ ହିଁ ଗ୍ରାହକମାନଙ୍କ ମଧ୍ୟରେ ଅହେତୁକ ଉତ୍ସୁକତା ଦେଖାଦେଇଛି ।

କର୍ଣ୍ଟାଟକର କିଛି ସ୍ଥାନମାନଙ୍କରେ ଆଜି ନିଆରା ଖବର ଶୁଣିବାକୁ ମିଳିଛି । ମଦ ଗ୍ରାହକମାନେ ଏହି ଖୁସିରେ ବାଣ ଫୁଟାଇ ଖୁସି ଜାହିର୍ କରିଛନ୍ତି । ସୋମବାର ମଦ ଦୋକାନ ଖୋଲିବାର ପ୍ରଥମ ଦିନରେ ହିଁ କର୍ଣ୍ଣାଟକରେ ବିକ୍ରି ହୋଇଛି ୪୫ କୋଟି ଟଙ୍କାର ମଦ ।

କର୍ଣ୍ଣାଟକ ରାଜ୍ୟ ଅବକାରୀ ବିଭାଗର ସୂଚନାନୁଯାୟୀ, ରାଜ୍ୟରେ ସୋମବାର ଦିନ ୩.୯ ଲିଟର ବିୟର୍ ଏବଂ ୮.୫ ଲିଟର ଭାରତୀୟ ଦେଶୀ ମଦ ବିକ୍ରି ହୋଇଛି । ମଦ ବୋତଲଟିଏ କିଣିବା ଲାଗି ପ୍ରଥମ ଦିନରେ ଗ୍ରାହକମାନଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ବୃଦ୍ଧି ପାଇଥିଲା । ଏପରିକି ଅଧିକାଂଶ ମଦ ଦୋକାନ ଆଗରେ ଲମ୍ବା ଲାଇନ୍ ହୋଇଥିବାର ଖବର ମିଳିଛି । ଅବଶ୍ୟ ବିଭିନ୍ନ ମଦ ଦୋକାନ ସାମ୍ନାରେ ଗ୍ରାହକମାନେ ସାମାଜିକ ସୁରକ୍ଷା ଅବଲମ୍ବନ କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡ୍ ଲାଇନ ଅନୁଯାୟୀ, କୋଭିଡ୍‌-୧୯ ଲକଡ଼ାଉନ ସମୟରେ ରେଡ୍ ଜୋନ, ଗ୍ରୀନ ଜୋନ ଏବଂ ଅରେଞ୍ଜ ଜୋନ (ଅଣ-କଣ୍ଟେନମେଣ୍ଟ ଜୋନ) ଗୁଡ଼ିକରେ ରାତି ୭ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ।

Leave A Reply

Your email address will not be published.