Latest Odisha News

BREAKING NEWS

ଆରମ୍ଭ ହେଲା ଆବାସ ସର୍ଭେ, ଜାଣନ୍ତୁ କାହାକୁ ମିଳିବ?

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ସର୍ଭେ । ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ହିତାଧିକାରୀ ଆବେଦନ କରିପାରିବେ  । ଏଥିପାଇଁ ଆଜି ରାଜ୍ୟ ସରକାର ବିଧିବଦ୍ଧ ଭାବେ, ଆବାସ ପୋର୍ଟାଲ ଏବଂ ମୋବାଇଲ ଆପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଯେଉଁଥିରେ ଘରେ ବସି ଯୋଗ୍ୟ ହିତାଧିକାରୀଟେ ଆବାସ ଯୋଜନାର ଲାଭ ଉଠାଇପାରିବ ।

ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଘର ମିଳିବ । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ  । ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗ୍ରାମରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ ଆରମ୍ଭ ହୋଇଯାଇଛି । ମନ୍ତ୍ରୀ ରବି ନାୟକ ଓ ସାଂସଦ ସମ୍ବିତ ପାତ୍ର ଗାଁ ଗାଁ ବୁଲି ଲୋକଙ୍କୁ ଭେଟିଛନ୍ତି । ଗରୀବ ଲୋକଙ୍କ ଘରକୁ ଯାଇ ସର୍ଭେ କରିଛନ୍ତି ।

କିଏ କରିପାରିବେ ଆବେଦନ?

ଏଥର ଆବାସ ଆବେଦନ ପାଇଁ ଯୋଗ୍ୟତାର ମାନ ପାଇଁ ଥିବା ନିୟମାବଳୀକୁ ଟିକେ କୋହଳ କରିଛନ୍ତି ସରକାର । ଅର୍ଥାତ୍ ଏଥର ପ୍ରଥମ ଥର ପାଇଁ ଆଶାୟୀ ଥିବା ହିତାଧିକାରୀ ନିଜେ ନିଜର ସର୍ଭେ କରିପାରିବେ । ବାପାଙ୍କର ଠାରୁ ଅଲଗା ହୋଇଥିବା ପୁଅ, ସ୍ବାମୀ ଠାରୁ ଅଲଗା ହୋଇଥିବା ସ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇପାରିବେ ।

ଆଜିଠାରୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଉଭୟ ଅଫ ଲାଇନ ଓ ଅନ୍ ଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ଏଥିସହିତ ଦୁଇ ଚକିଆ ଯାନ, ଫ୍ରିଜ୍ ଏବଂ ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ଏଥର ସର୍ଭେ ତାଲିକାଭୁକ୍ତ ହୋଇପାରିବେ । ସେହିପରି ବାର୍ଷିକ ଆୟ ୧୫ ହଜାର ଟଙ୍କା ଥିଲେ ବି ଏଥିରେ ଆବେଦନ କରିପାରିବେ ।

କିପରି କରିବେ ଆବେଦନ?

ଆସନ୍ତା ୨ ମାସ ପାଇଁ ଏହି ଆବାସ ସର୍ଭେ ଚାଲିବା ବେଳେ ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ । ଉଭୟ ଅଫ୍‌ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ । ଏଥିପାଇଁ ଆବେଦନକରୀ ମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ଆବାସ ପୋର୍ଟାଲ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀସଭା କରି ପୂର୍ବରୁ ସଚେତନ କରିସାରିଛି । ଏଥିସହିତ ଅଧିକ ସହାୟତା ଲାଗି ସରକାର ଟୋଲ୍ ଫ୍ରି ନମ୍ବର ୦୬୭୪-୬୮୧ ୭୭୭୭ ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ କୌଣସି ବି ଦ୍ବନ୍ଦ୍ବ ଥିଲେ, ଯୋଗାଯୋଗ କରି ହିତାଧିକାରୀମାନେ ସହାୟତା ପାଇପାରିବେ ।

Comments are closed.