Latest Odisha News

BREAKING NEWS

ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ହେବନି ବାୟୋମେଟ୍ରିକ୍ସର ବ୍ୟବହାର

ଭୁବନେଶ୍ୱର: ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ଆଉ ବାୟୋମେଟ୍ରିକ୍ସ ମେସିନର ବ୍ୟବହାର ହେବନି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ।

 

କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଫିଙ୍ଗର ପ୍ରିଣ୍ଟ ସ୍କାନର ଏବଂ ଆଇଆରଏସ ଡିଭାଇସ ବ୍ୟବହାର ବନ୍ଦ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶାନାମା ନ ଆସିବା ଯାଏଁ ରାସନ ସାମଗ୍ରୀ ବଣ୍ଟନ ବେଳେ ଫିଙ୍ଗର ପ୍ରିଣ୍ଟ ନନେବାକୁ କୁହାଯାଇଛି ।

ଫିଙ୍ଗର ପ୍ରିଣ୍ଟ ନେବା ଫଳରେ କରୋନା ବ୍ୟପିବାର ଆଶଙ୍କା ରହିଥିବାରୁ ନିକଟ ଅତୀତରେ ହିତାଧିକାରୀ ମାନେ ଡିଲରଙ୍କ ନିକଟରେ ଅଭିଯୋଗ କରିଥିଲେ ବୋଲି ସୁତ୍ରରୁ ପ୍ରକାଶ ।

Comments are closed.