Latest Odisha News

ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର। ରାଜ୍ୟରେ ଅତ୍ୟାବଶକ ସାମଗ୍ରୀ ପାଇଁ ଗୁଜରାଟ ମଡେଲରେ ଖୋଲିବ ପୋଷଣ କେନ୍ଦ୍ର । ପାଇଲଟ୍‌ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ଏନେଇ ମନ୍ତ୍ରୀ କହିଛନ୍ତି, ପୋଷଣ କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବେ ସରକାର।ରାଜ୍ୟର ଖୋଲାଯିବାକୁ ଥିବା ସବୁ ପୋଷଣ କେନ୍ଦ୍ରରେ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରହିବ। ତେବେ ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଡ ମିଳିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବସିଡି ଦେବେ, ଏଥିପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ।

ଏଥିସହିତ ଗୁଜୁରାଟ ମଡେଲରେ ପୋଷଣ କେନ୍ଦ୍ର ହେବ ବୋଲି ଯୋଜନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏହା ସଫଳ ହେଲେ ପରେ ପ୍ରତି ପଂଚାୟତରେ ପୋଷଣ କେନ୍ଦ୍ର ଖୋଲାଯିବ ବୋଲି କହିଛନ୍ତି । ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି । ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ୍‌ ଗୁଜୁରାଟ ଯିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.