ଭୁବନେଶ୍ୱର: ‘ଖୋ ଖୋ’ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପରିଚିତ ହେବ ‘ଖୋ ଖୋ’ ଖେଳ। ବିଶ୍ବ ସ୍ତରରେ ରାଜ୍ୟକୁ ପରିଚିତ କରିବେ ଖେଳାଳି। ଦେଶର ‘ଖୋ ଖୋ’ ଖେଳ ପାଇଁ ସୁବର୍ଣ୍ଣ ସମୟ ଆସିଛି। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଉଦ୍ୟମ ଜାରି ରଖିବା ସହିତ ଏହି କ୍ଷେତ୍ରରେ ଖେଳାଳି ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ ହାତକୁ ନେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶା ସରକାର ହକି ଇଣ୍ଡିଆର ପ୍ରାୟୋଜକ ଥିଲେ। ଏବେ ଜାତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।